କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା

ଖଣ୍ଡପଡ଼ା,୨୭।୭ (ଅଜୟ କୁମାର ମହାରଣା)ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧୀନ ୭ ପଞ୍ଚାୟତର ଜନସାଧାରଣ କଣ୍ଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି ା ଏଠାରେ ୨ଜଣ ଡ଼ାକ୍ତର ଅଛନ୍ତି ା ହେଲେ ଆବଶ୍ୟକ ଷ୍ଟାଫ ନର୍ସ ଅଭାବରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ା ଗତ କିଛି ବର୍ଷ ହେଲା ପ୍ରସୂତି ଓ ଅସ୍ତ୍ରୋପଚାର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ସୀମିିିିତ ସଂଖ୍ୟକ କର୍ମଚାରୀ ଯୋଗୁ ରୋଗୀମାନଙ୍କୁ ଆବଶ୍ୟକ ସେବା ପ୍ରଦାନ କରାଯାଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କଣ୍ଟିଲୋ, ବାଣପୁର, ସିଧାମୂଳା, ବେଣାଗାଡିଆ, ପଥରଚକଡା, କେନ୍ଦୁପଲ୍ଲୀ, ଧାନଚେଙ୍ଗଡା ଓ ବାଉଁଶବାଟି ଆଦି ୭ ପଞ୍ଚାୟତ ସମେତ କଟକ ଓ ନୟାଗଡ଼ ଜିଲା ସୀମାନ୍ତ ଏକଡାଳ, ନରସିଂହପୁର ଅଞ୍ଚଳର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି ା ଏହାଛଡା ନୀଳମାଧବ ପୀଠକୁ ଆସୁଥିବା ପର୍ଯ୍ୟଟକମାନେ ବି ଆବଶ୍ୟକ ସ୍ଥଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥାଆନ୍ତି ା ଏପରି ସ୍ଥଳେ ସେଠାରେ ଜଣେ ଆୟୁଷ(ହୋମିଓପାଥିକ )ମହିଳା ଡ଼ାକ୍ତର, ଜଣେ ଏଲୋପାଥିକ ଡ଼ାକ୍ତର, ଜଣେ ଫାର୍ମାସିଷ୍ଟ, ୩ ଜଣ ପରିବର୍ତ୍ତେ ଜଣେ ଷ୍ଟାଫ୍‌ ନର୍ସ ଥିବାରୁ ସ୍ବାସ୍ଥ୍ୟସେବା ଯୋଗାଇବା ଅସମ୍ଭବ ହୋଇ ପଡୁଛି ା ନିଯୁକ୍ତି ପାଇଥିବା ୩ ଜଣ ଷ୍ଟାପ ନର୍ସଙ୍କ ମଧ୍ୟରୁ ଗତ ୨/୩ ମାସ ହେଲା ୨ଜଣ ଅନ୍ୟତ୍ର ବଦଳି ହୋଇଯାଇ ଥିବା ବେଳେ ସେମାନଙ୍କ ସ୍ଥାନରେ କୌଣସି ଷ୍ଟାଫ୍‌ନର୍ସଙ୍କୁ ନିଯୁକ୍ତି ଦିଆଯାଇନାହିଁ ା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ରେକର୍ଡ ସଂଖ୍ୟକ ଗର୍ଭବତୀ ଏବଂ ବିଭିନ୍ନ ଅସ୍ତ୍ରୋପଚାର ରୋଗୀ ଆସୁଛନ୍ତି ା ଦୈନିକ ୧୫୦ ରୋଗୀଙ୍କୁ ସେବା ଯୋଗାଉ ଥିବା ଏହି ଡାକ୍ତରଖାନା ନାନା ଅବ୍ୟବସ୍ଥା ମଧ୍ୟରେ ଚାଳିଛି ା ଏକମାତ୍ର ଇନଚାର୍ଜ ଆୟୁଷ ଡାକ୍ତର ଯେତେବେଳେ ସରକାରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛନ୍ତି ସେତେବେଳେ ରୋଗୀ ସେବା ଅଣାୟତ ହୋଇପଡୁଛି ା ସପ୍ତାହକୁ ପ୍ରାୟ ୪ରୁ ୫ ଦିନ ଦୁର୍ଘଟଣାଜନିତ ରୋଗୀ ଅବା ଜରୁରୀକାଳୀନ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିବାକୁ ପଡିଥାଏ ା ସଂପ୍ରତି ବର୍ଷାଋତୁ ସମୟରେ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିବାର ଆଶଙ୍କା ରହିଥିବା ବେଳେ ସାମାନ୍ୟ ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଦେଖାଗଲେ କଣ୍ଟିଲୋ ଓ ଏହାର ଆଖପାଖ ୫୦/୬୦ ଖଣ୍ଡ ମୌଜାରୁ ବହୁ ରୋଗୀ ଏଠାରେ ଭିଡ ଲଗାଉଛନ୍ତି। ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଫାର୍ମାସିଷ୍ଟଙ୍କ ସହ ଷ୍ଟାଫ ନର୍ସଙ୍କ ଜରୁରୀ ଆବଶ୍ୟକତା ରହିଛି ା ସମ୍ପ୍ରତି ରାଜ୍ୟ ସରକାର ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡା(ଆଣ୍ଟି ରାବିସ) ପ୍ରତିଶୋଧକ ଇଞ୍ଜେକଶନ ରଖିବାର ଯୋଜନା ପ୍ରସ୍ତୁତ କରିଛନ୍ତି ା ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ(ଡିସି) ଡା଼କ୍ତର ନୌସଦ୍ଦ ଅଲ୍ଲୀଖାଁ ମଙ୍ଗଳବାର ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସି କୁକୁର କାମୁଡା ଇଞ୍ଜେକଶନ ଉପଲବ୍ଧ ହେବାର ସୂଚନା ଦେଇଛନ୍ତି ା ଏଣୁ ଜଣେ ମାତ୍ର ଷ୍ଟାଫ ନର୍ସ ରୋଗୀ ସେବା ସହ ଅନ୍ୟ କାର୍ଯ୍ୟ ପରିଚାଳନା କରିବା ଅସମ୍ଭବ ହୋଇପଡିଛି ା ଏଠାରେ ଆଉ ଜଣେ ଡ଼ାକ୍ତର/ସ୍ତ୍ରୀ ରୋଗ ବିଶେଷଜ୍ଞ କିମ୍ବା ଶିଶୁ ରୋଗ ବିଶେଷଜ୍ଞଙ୍କ ସମେତ ଆବଶ୍ୟକ ସଂଖ୍ୟକ ଷ୍ଟାଫ ନର୍ସ ଓ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଉଛି ା ଏ ସମ୍ପର୍କରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ରମାକାନ୍ତ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଛନ୍ତି ା

Share