ମହାରାଷ୍ଟ୍ର ସ୍ଥିତି ଅସମ୍ଭାଳ: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଲା

ମୁମ୍ବାଇ,୨୨।୩: କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ ହଜାର ୫୩୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯ଜଣଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ରାଜ୍ୟରେ ଏହା ସର୍ବାଧିକ ରହିଛି। ମୁମ୍ବାଇରେ ଗୋଟିଏ ଦିନରେ ୩ ହଜାର ୭୭୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଫିଲ୍ମସିଟିର ୧୦ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି। ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇର ବସ୍‌ ଷ୍ଟାଣ୍ଡ୍‌, ରେଲଷ୍ଟେଶନ ଏବଂ ମଲ୍‌ରେ ଆଣ୍ଟିଜେନ ପରୀକ୍ଷା ସୋମବାରଠାରୁ ଆରମ୍ଭ କରାଯାଇଛି। ଗତ ୪ ଦିନ ଧରି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାରରୁ ଅଧିକ ରହୁଛି। ଏହାକୁୂ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share