Categories: ଜାତୀୟ

ପଶ୍ଚିମବଙ୍ଗ ସ୍ଥିତି ଜମ୍ମୁ-କଶ୍ମୀରଠାରୁ ବି ଖରାପ: ଭାଜପା

କୋଲକାତା,୧୫।୧୨: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଜାରି ରହିଛି। ଇତିମଧ୍ୟରେ ରାଜ୍ୟରେ ହିଂସା ଯୋଗୁ କେତେକ ଭାଜପା ନେତାଙ୍କୁ ହତ୍ୟା କରାଯିବା ସହିତ କିଛି ନେତାଙ୍କ ଉପରେ ଆକ୍ରମଣ ହୋଇଛି। ରାଜ୍ୟରେ ଏଭଳି ସ୍ଥିତିକୁ ନେଇ ଭାଜପାର ଏକ ପ୍ରତିନିଧି ଦଳ ଦିଲ୍ଲୀରେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିିଛନ୍ତି। ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି। ଭାଜପା ବିଧାୟକ ସବ୍ୟସାଚୀ ଦତ୍ତ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗ ସ୍ଥିତି ଜମ୍ମୁ-କଶ୍ମୀରଠାରୁ ମଧ୍ୟ ଖରାପ ହେବାରେ ଲାଗିଛି। ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସେ କହିଛନ୍ତି। ସାଧାରଣ ଲୋକେ ଏବେ ନିଜକୁ ସୁରକ୍ଷିତ ମଣୁ ନ ଥିବା ସେ କହିଛନ୍ତି। ଏହାପରେ ନିର୍ବାଚନ ଆୟୋଗ ପକ୍ଷରୁ କଡ଼ା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଡିସେମ୍ବର ୧୭ରେ ଡେପୁଟୀ ନିର୍ବାଚନ କମିଶନର ସୁଦୀପ ଜୈନ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

Share