ସ୍ଥିତି ଅଣାୟତ୍ତ, ଦୈନିକ ସଂକ୍ରମଣ ୨୭ ପ୍ରତିଶତ ବୃଦ୍ଧି …

ନୂଆଦିଲ୍ଲୀ, ୧୩।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି। ଫଳରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୪୭ ହଜାର ୪୧୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୩୮୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୮୪ ହଜାର ୮୨୫ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର କମି ୯୬.୯୮ ପ୍ରତିଶତରେ ପହଞ୍ଚିଛି।

ଅପରପକ୍ଷରେ ସକ୍ରିୟ ମାମଲା ୧୧ ଲକ୍ଷ ୧୭ ହଜାର ୫୩୧ ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୩.୧୧ ପ୍ରତିଶତକୁ ବୃଦ୍ଧି ପାଇଛି। ସାପ୍ତାହିକ ସଂକ୍ରମଣ ହାର ୭.୯୨ ପ୍ରତିଶତ ରହିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୫ ହଜାର ୩୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୫୪ କୋଟି ୬୧ ଲକ୍ଷ ୩୯ ହଜାର ୪୬୫ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୬ ଲକ୍ଷ ୩୨ ହଜାର ୨୪ ଜଣଙ୍କୁ ଟିକାଦାନ କରାଯାଇଛି।

ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬୦ ଲକ୍ଷ ୫୧୦ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୩ କୋଟି ୪୭ ଲକ୍ଷ ୧୫ ହଜାର ୩୬୧ ଜଣଙ୍କ ସୁସ୍ଥ ହୋଇଛନ୍ତି। ସଂକ୍ରମଣ ବଢୁଥିବାରୁ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି।

Share