ସୋମାଲିଆ ହୋଟେଲ ଆକ୍ରମଣର ୩୦ ଘଣ୍ଟା ପରେ ଆୟତ୍ତକୁ ଆସିଲା ସ୍ଥିତି, ଅଲ ଶବାବ ଆତଙ୍କବାଦୀ ଆକ୍ରମଣରେ ୪୦ ମୃତ

ମୋଗାଦିସୁ,୨୧ ।୮: ପୂର୍ବ ଆଫ୍ରିକା ଦେଶ ସୋମାଲିଆର ରାଜଧାନୀ ମୋଗାଦିସୁ ସ୍ଥିତ ହୟାତ ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଲ ଶବାବ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ଆକ୍ରମଣର ୩୦ ଘଣ୍ଟା ପରେ ସ୍ଥିତି ଉପରେ ନିୟନ୍ତ୍ରଣକୁ ଆସିଥିବା କୁହାଯାଇଛି ।
ଅଲ ଶବାବର ପ୍ରବକ୍ତା ଅବ୍ଦିୟାସିସ ଅବୁ ମୁସାବ କହିଛନ୍ତି, ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ୧୫ରୁ ଅଧିକ ଆକ୍ରମଣ ଯୋଜନାକୁ ସରକାରୀ ସେନାଙ୍କ ଦ୍ୱାରା ବିଫଳ କରିଦିଆଯାଇଛି । ଶୁକ୍ରବାର ରାତିରେ ମୋଗାଦିସୁର ହୟାତ ହୋଟେଲରେ ସୋମାଲିର ସୁରକ୍ଷାକର୍ମୀ ଓ ଅଲ ଶବାବର ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଓ ୩ ବିସ୍ଫୋରଣ କରାଯାଇଥିଲା । ସୋମାଲିର ଏହି ହୋଟେଲ ନେତା ଓ ସରକାରୀ କର୍ମଚାରୀଙ୍କ ପସନ୍ଦର ସ୍ଥାନ ଭାବେ ପରିଚିତ । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ସୁରକ୍ଷା ଅଧିକାରୀ ଓ ଆତଙ୍କବାଦୀ ବା ଆକ୍ରମଣକାରୀଙ୍କ ମଧ୍ୟରେ ପାଖାପାଖି ୩୦ ଘଣ୍ଟା ଗୁଳି ଗୋଳା ବିନିମୟ ଚାଲିଥିଲା । ଏହାପରେ ସ୍ଥିତି ଆୟତ୍ତକୁ ଆସିଥିଲା ।

Share