କୋରାପୁଟ,୨୩ା୧୨: କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ତାରା କହିଛନ୍ତି, ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ। ଏପରିକି କୋରାପୁଟ ଜିଲାକୁ ପୂରା ଅଚଳ କରିଦିଆଯିବ। ଧାନ ନ ଉଠିଲେ ଆସନ୍ତା ୨୬ରୁ ରାସ୍ତାରୋକୋ କରିବାକୁ ମଧ୍ୟ ପଛାଇବାକୁ ନାହିଁ ବୋଲି ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ତାରା ଚେତାବନୀ ଦେଇଛନ୍ତି।
ତାରା କହିଛନ୍ତି, ୧୧ ତାରିଖରୁ ଖରିଫ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଧାନ କ୍ରୟ କରାଯାଇପାରୁନି। ଚାଷୀ ଶୀତ କାକରରେ ଧାନକୁ ଜଗି ବସିଥିବା ବେଳେ, ଟୋକନର ଅବଧି ୧ ମାସ ରହିଛି। ଗତ ୩ ଦିନର କୋହଲା ପାଗ ଓ ଅଦିନିଆ ବର୍ଷାରେ ଧାନକୁ ଢାଙ୍କି ଏଫ୍ଏକ୍ୟୁ ମାନରେ ରଖିବା ପାଇଁ ଚାଷୀକୁ ପଲିଥିନ କିଣି ନୟାନ୍ତ ହେବାକୁ ପଡ଼ିବ। ଏଥିସହ ସରକାର କେବେ ଧାନ କ୍ରୟ କରିବେ ସ୍ପଷ୍ଟ କରନ୍ତୁ ବୋଲି ତାରା ଦୃଢ଼ତାର ହ ଦାବି କରିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଚାଷୀଙ୍କୁ ଉସୁକାଇବାକୁ ଚେଷ୍ଟା କରୁଛି ବୋଲି ଭାଜପା ଅଭିଯୋଗ କରିବା ସହ ମଣ୍ଡିରୁ ନିଶ୍ଚିତ ଧାନ ଉଠିବ, ଏଥିରେ ସନ୍ଦେହ ନାହିଁ ବୋଲି କହିଛି।