Categories: ଜାତୀୟ

ଶିୱାନରେ ୪ ଜଣଙ୍କ ମୃତ୍ୟୁକୁ ନେଇ ଲୋକେ ଭୟଭୀତ, ବିଷାକ୍ତ ମଦ୍ୟପାନକୁ ନେଇ ଚର୍ଚ୍ଚା, ୬ ଗୁରୁତର

ପାଟନା,୨୩ ।୧: ବିହାରର ଶିୱାନ ଜିଲାରେ ନବିଗଞ୍ଜ ଥାନା ଅଞ୍ଚଳର ଭୋପତପୁର ପଞ୍ଚାୟତରେ ରବିବାର ସନ୍ଧ୍ୟାରେ ସନ୍ଦିଗ୍ଧ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଉଠାଇଛି । ଏହାସହ ୬ ଜଣ ଗୁରୁତର ଥିବା ଜଣାପଡିଛି । ଏମାନଙ୍କର ଚିକିତ୍ସା ଶିୱାନ ସଦର ହସ୍ପିଟାଲରେ କରାଯାଉଛି । ବାଲା ଗାଁରେ ପୋଲିସ କ୍ୟାମ୍ପ କରିଛି । ମୃତ୍ୟୁର କାରଣ ବିଷାକ୍ତ ମଦ୍ୟପାନ ବୋଲିି ଚର୍ଚ୍ଚା ହେଉଛି । ହେଲେ ଶିୱାନର ଜିଲାଧିକାରୀ କହିଛନ୍ତି ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଅସଲ କଥା କ’ଣ ତାହା ଜଣାପଡିବ । ହେଲେ ୪ ଜଣଙ୍କ ମୃତ୍ୟୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ରବିବାର ରାତିରେ ଡିଏମ ଅମିତ କୁମାର ପାଣ୍ଡେ ସଦର ହସ୍ପିଟାଲରେ ପହଞ୍ଚିଥିଲେ । ପ୍ରାୟ ଏକ ଘଣ୍ଟା ଯାଞ୍ଚ ପରେ ସେ କହିଥିଲେ କି ପୋଷ୍ଟମର୍ଟମ ପରେ ଘଟଣା ସମ୍ପର୍କରେ ଜଣାପଡିବ । ତେବେ ଏହି ଘଟଣାରେ ୧୦ ଜଣଙ୍କୁ ଗରଫ କରାଯାଇଥିବା ସେ କହିଛନ୍ତି ।

Share