କମ୍ପାନୀରୁ ଲୁହା ଚୋରି କରି ବନ୍ଧା ହେଲେ ୬ ଅଭିଯୁକ୍ତ

ଲାଞ୍ଜିଗଡ଼,୨୭।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡରୁ ଲୁହା ଚୋରି ଅଭିଯୋଗରେ ଲାଞ୍ଜିଗଡ଼ ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ, ଗତ ୧୫ ତାରିଖରେ ବେଦାନ୍ତର ସୁରକ୍ଷାକର୍ମୀ କମ୍ପାନୀରୁ ଲୁହା ଚୋରି ହୋଇଥିବା ନେଇ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଲାଞ୍ଜିଗଡ଼ ପୋଲିସ ଏକ ମାମଲା(ନଂ.୨/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଶୁକ୍ରବାର ରାତିରେ ଲାଞ୍ଜିଗଡ଼ ପୋଲିସର ଏକ ଟିମ୍‌ ବେଦାନ୍ତ କମ୍ପାନୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ସେତିକିବେଳେ କାରଖାନା ଅଞ୍ଚଳରେ କିଛି ସନ୍ଦିଗ୍ଘ ବକ୍ତି ବୁଲାବୁଲି କରୁଥିବା ଖବର ମିଳିଥିଲା।

ଲାଞ୍ଜିଗଡ ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ପୋଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ଚଢାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ। ପୋଲିସ ରାୟଗଡ଼ା ଜିଲା ଅମ୍ବାଦଳା ଥାନା ଛଡ଼ରଙ୍ଗ ଗାଁର ଶିବରାମ ଦୁର୍ଗା, ସନ୍ତୋଷ ବାଗ, ରବି ବାଗ, ମଦନ ବାଗ, ଦେବରାଜ ବାଗ ଏବଂ କାନ୍ତାରୁ ଟାକରିଙ୍କୁ ଗିରଫ କରି ଥାନାକୁ ଆଣିଥିଲା।

ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ନଗଦ ୫୭ ହଜାର ୭୯୦ ଟଙ୍କା ଓ ଗୋଟିଏ ଗ୍ୟାସ ସିଲିଣ୍ଡର, ଗ୍ୟାସ କଟର, ଗ୍ୟାସ ପାଇପ, ଅକ୍ସିଜେନ ସିଲିଣ୍ଡର ପ୍ରଭୃତି ଜବତ କରିଥିଲା। ଲାଞ୍ଜିଗଡ଼ ପୋଲିସ ପକ୍ଷରୁ କେସ ନଂ ୨/୨୫ରେ ଧାରା ୩୦୯(୪)/ ୧୦୯(୧)/୬୧(୨) ବିଏନ୍‌ଏସ୍‌କୁ ପରିବର୍ତ୍ତନ କରି ଧାରା ୩୧୦(୨)/ ୧୦୯(୧)/୬୧(୨) ବିଏନ୍‌ଏସ୍‌ ଅନୁଯାୟୀ ଏକ ମାମଲା ରୁଜୁ କରି ୬ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜିତେନ୍ଦ୍ର ବିଶାଳ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…

‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ...

ଶୀର୍ଷରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ନଂ. ୩କୁ ଖସିଲେ ମିଷ୍ଟ୍ରୀ ସ୍ପିନର ଚକ୍ରବର୍ତ୍ତୀ

ଦୁବାଇ,୨ା୪: ଭାରତର ମିଷ୍ଟ୍ରୀ ସ୍ପିନର ବରୁନ ଚକ୍ରବର୍ତ୍ତୀ ଆଇସିସି ପୁରୁଷ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍ସରେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ...

ଗୁଜରାଟରେ ବାୟୁସେନା ଲଢୁଆ ବିମାନ ଦୁର୍ଘଟଣଗ୍ରସ୍ଥ, ସମଗ୍ର ଅଞ୍ଚଳରେ ଖେଳିଗଲା ନିଆଁ

ଜାମନଗର,୨।୪: ଗୁଜରାଟ ଜାମନଗରରେ ବାୟୁସେନା ଲଢୁଆ ବିମାନ ଜାଗୁଆର ଦୁର୍ଘଟଣଗ୍ରସ୍ଥ ହୋଇଛି। ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ...

ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି

ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍‌ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍‌ ରାଜ୍ୟ ମହାଲେଖାକାରଙ୍କ...

Breaking: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଆଖି ବୁଜିଲେ ପତ୍ନୀ

ମୁମ୍ବାଇ: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ...

ଲାଞ୍ଜିଗଡ଼ରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ

ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ

ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image