୨୧ ହଜାର ଟଙ୍କା ସହ ଧରାପଡ଼ିଲେ

ଝାରସୁଗୁଡା ଅଫିସ, ୬।୯: ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ପୁରୁଣାବସ୍ତି ଶୁଖୁଆ ଗୋଦାମ ନିକଟରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ସୋମବାର ଚଢାଉ କରି ୬ଜୁଆଡିଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ତେଲିଭଟାର ସୌରଭ ଅହମ୍ମଦ(୨୭), ପାୱାର ହାଉସ ଗାୟତ୍ରୀ ନଗରର ସୁମନ ପ୍ରସାଦ ସା(୨୬), ପୁରୁଣାବସ୍ତି ଓରାମ ପଡାର ପବନ ସା(୩୯), ମଙ୍ଗଳ ବଜାରର ମହମ୍ମଦ ଇଦୁଲ(୨୬), ମହମ୍ମଦ ସମିମ(୩୭), ପୁରୁଣାବସ୍ତି ବାବୁପଡାର ବି ସତ୍ୟ ନାରାୟଣ(୫୮)ବୋଲି ଜଣାପଡିଛି । ଏମାନଙ୍କ ନିକଟରୁ ପୋଲିସ ନଗଦ ୨୧ହଜାର ୭ଶହ ଟଙ୍କା ସହ ୪ ମୋବାଇଲ ଜବତ କରିଛି । ଏନେଇ ପୋଲିସ ଝାରସୁଗୁଡା ଟାଉନ ଥାନା ପୋଲିସ ଏକ ମାମଲା (ନମ୍ବର ୪୪୮/୨୧) ରୁଜୁ କରିଛି। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ଆଇଆଇସି ସାବିତ୍ରୀ ବଳ କହିଛନ୍ତି ।