ସୁସ୍ଥ ହେବା ପରେ ବି ୩ ଥର ଆସିଲା କରୋନା ପଜିଟିଭ ରିପୋର୍ଟ

ଆଗ୍ରା,୧୫ ।୨: ଆଗ୍ରାର ସରୋଜିନି ନାଇଡୁ ମେଡିକାଲ କଲେଜରେ ଏମିତି ୬ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେବା ପରେ ଠିକ୍ ହୋଇ ଯାଇଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ, ସେମାନଙ୍କ ଶରୀରରେ କରୋନା ଭାଇରସ ମରି ଯାଇଥିଲା । ହେଲେ ଏହାପରେ ପୁଣି ପରୀକ୍ଷା କରିବାକୁ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି । ପୁଣି ୩ଥର ସମାନ ରିପୋର୍ଟ ଆସିବାରୁ ଏହା ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଏମାନଙ୍କ ଶରୀରରେ ଆଣ୍ଟିବଡି ବି ହୋଇସାରିଛି । କରୋନାର କୌଣସି ଲକ୍ଷଣ ବି ଦେଖାଯାଉ ନାହିଁ । ଏମ୍ସ ମେଡିକାଲ କଲେଜରେ କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଭାତ ଅଗ୍ରୱାଲ କହିଛନ୍ତି, ଠିକ୍ ହେବା ପରେ ଯେଉଁମାନଙ୍କର ଦୁଇଥର ପଜିଟିଭ ରିପୋର୍ଟ ଆସୁଛି ତାକୁ ରି-ଇନଫେକ୍ସନ କୁହାଯାଉଛି । ଏଥିରେ ଶରୀରେ ମୃତ ଭାଇରସ ଥିବା ଅନୁମାନ କରାଯାଏ । ଏଥିପାଇଁ ସିଟି ଭାଲ୍ୟୁ ପରୀକ୍ଷା କରାଯାଇଛି । ଯେଉଁଥିରେ ଭାଇରସର ଲୋଡ ୨୮—୩୨ ମିଳିଲା । ଏମାନଙ୍କ ନିକଟରେ ଆଣ୍ଟିବଡି ବି ମିଳିଛି । ହେଲେ ଏଥିରୁ ଜଣାପଡୁଛି କି ଏମାନଙ୍କ ଶରୀରରେ ମୃତ କରୋନା ଭାଇରସ ରହିଛି । ଯେଉଁଥିପାଇଁ ରିପୋର୍ଟ ପଜିଟିଭ ଆସୁଛି ।

Share