ଆମ୍ବ ଚୋରି କରିବାରୁ ୫ ଜଣ ପିଲାଙ୍କୁ ନିସ୍ତୁକ ମାଡ: ମାଲିକ ଥାନାରେ ଅଟକ

ଭଦ୍ରକ ଅଫିସ,୧୪।୪: ଆମ୍ବ ଚୋରି କରିବାକୁ ନେଇ ଗଛ ମାଲିକ ୫ ଜଣ ପିଲାଙ୍କୁ ନିର୍ମମ ଭାବେ ପିଟିଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ଏଭଳି ଘଟଣା ଘଟିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ମାଡ ମାରିଥିବା ଗଛ ମାଲିକ (ଜଟିଆ)ଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ଅନ୍ୟପଟେ, ୫ ଜଣ ପିଲା ଏବେ ଭଦ୍ରକ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ଛୋଟ ପିଲାମାନେ ଆମ୍ବ ଖାଇବା ପାଇଁ ଏକ ବଗିଚାକୁ ଯାଇଥିବା ବେଳେ ଆମ୍ବ ଗଛର ମାଲିକ ନିରୀହ ଆଦିବାସୀ ପିଲାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ ମାରିଥିଲେ। ତେବେ କିଛିଟା ଆମ୍ବ ଖାଇବା ପାଇଁ ନିରୀହ ଆଦିବାସୀ ପିଲାଙ୍କୁ ଏପରି ମାଡ ମାରିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

Share