Categories: ଜାତୀୟ

ରାତିରେ କାଳ ହୋଇ ଆସିଥିଲା ଇ-ବସ

କାନପୁର,୩୧ ।୧: ଉତ୍ତର ପ୍ରଦେଶର ଘଂଟାଘରରୁ ଟାଟାମିଲ ଯାଉଥିବା ଏକ ଇଲେକ୍ଟ୍ରିକ୍ ବସ ରବିବାର ବିଳମ୍ବିତ ରାତିରେ ପ୍ରାୟ ଅଧା ଡଜନରୁ ଅଧିକ ଲୋକଙ୍କ ଉପରେ ମାଡି ଯାଇଛି । ରାସ୍ତା ମଝିରେ ଥିବା ଟ୍ରାଫିକ ବୁଥରେ ପିଟି ହୋଇ ବସଟି ଡମ୍ପର ଭିତରକୁ ପଶିଯାଇଥିଲା । ସେତେବେଳେକୁ ଏହା ପ୍ରାୟ ୧୫ ଜଣଙ୍କ ଉପରେ ମାଡି ଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେଜଣ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ବିଳମ୍ବିତ ରାତି ହୋଇଥିବାରୁ ମୋଟ ୪ ଜଣଙ୍କୁ ଚିହ୍ନଟ କରାଯାଇଛି ।
ସୂଚନାଯୋଗ୍ୟ, ରାତି ପ୍ରାୟ ସାଢେ ୧୧ଟାରେ ଏକ ଇଲେକ୍ଟ୍ରିକ ବସ ଖୁବ୍ ଜୋରରେ ଘଂଟାଘରରୁ ଟାଟାମିଲ ଯାଉଥିଲା । ପୋଲରୁ ଓହ୍ଲାଇବା ପରେ ପରେ ଡ୍ରାଇଭର ବିପରିତ ଦିଗରେ ବସକୁ ନେବା ସମୟରେ ରାସ୍ତାରେ ଥିବା ଟ୍ରାଫିକ ପୋଷ୍ଟରେ ମାଡ ହୋଇ ଏହା ଲୋକଙ୍କ ଉପରେ ମାଡି ଯାଇଥିଲା ।

Share