କ୍ୟାପିଟାଲ ଥାନାର ୬ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର, ୩୦ା୭(ବ୍ୟୁରୋ):ଭୁବନେଶ୍ୱରରେ ଏବେ ରାଜ୍ୟର କରୋନା ହବ୍‌ ପାଲଟିଛି। ଏଥିରୁ କରୋନା ଯୋଦ୍ଧା ମଧ୍ୟ ବାଦ ପଡ଼ିନାହଁାନ୍ତି। ଗୁରୁବାର ଗୋଟିଏ ଦିନରେ କ୍ୟାପିଟାଲ ଥାନାର ୬ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ କର୍ମଚାରୀମାନେ ନିୟମିତ ଥାନାକୁ ଆସୁଥିବାବେଳେ ଗୁରୁବାର ଥାନାରେ ଉପସ୍ଥିତ ଥିଲେ। ପୂର୍ବରୁ ଜଣେ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଗୁରୁବାର ଆଉ ୬ ଜଣ କରୋନା ଆକ୍ରାନ୍ତ ହେବା ପରେ ଏବେ ଥାନାରେ ଅନ୍ୟ କର୍ମଚାରୀମାନେ ଆତଙ୍କିତ ହୋଇପଡିଛନ୍ତି। ସୂଚନା ଅନୁସାରେ, ଗତ ୨୫ ତାରିଖରେ କ୍ୟାପିଟାଲ ଥାନାର ଜଣେ ମହିଳା କନଷ୍ଟେବଳ କରୋନା ପଜିଟିଭ୍‌ ଆସିଥିଲା। ପରେ ଥାନାର ସମସ୍ତ କର୍ମଚାରୀଙ୍କ ସ୍ବାବ ଓ ରକ୍ତ ନମୁନା ଟେଷ୍ଟ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ଥାନାର କର୍ମଚାରୀଙ୍କ ନମୁନା ଟେଷ୍ଟ୍‌ ପାଇଁ ଯାଇଥିଲା। ଟେଷ୍ଟ କରିବା ପରେ ସନ୍ଧ୍ୟା ସୁଦ୍ଧା ୬ ଜଣଙ୍କର ପଜିଟିଭ୍‌ ଆସିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଅଫିସ୍‌ର, କନଷ୍ଟେବଲ ଓ ହୋମଗାର୍ଡ ରହିଛନ୍ତି। ତେବେ ଆଗକୁ ଏହି ସଂଖ୍ୟା ବଢିବା ସମ୍ଭାବନା ରହିଛି।

Share