୬ ହୋଟେଲ ସିଲ୍‌ କଲା ପ୍ରଶାସନ

ବାସୁଦେବପୁର,୧୬ା୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ କୋଭିଡ୍‌-୧୯ ଆଇନର ଉଲ୍ଲଂଘନ କରି ଚାଲିଥିବା ୬ଟି ହୋଟେଲକୁ ବୁଧବାର ପ୍ରଶାସନ ସିଲ୍‌ କରିଛି। ଏହି ହୋଟେଲଗୁଡ଼ିକରେ ଲୋକଙ୍କୁ ବସାଇ ଖାଇବାକୁ ଦିଆଯାଉଥିବା ସହିତ ସାମାଜିକ ଦୂରତା ରକ୍ଷା କରାଯାଉ ନ ଥିବା ପ୍ରଶାସନର ଦୃଷ୍ଟିକୁ ଆସିଥିଲା। ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ସୁପର ଭାଇଜର ଗିରିଶ ଚନ୍ଦ୍ର ନାୟକ, ଚୁଡ଼ାମଣି ରାଜସ୍ବ ନିରୀକ୍ଷକ ଚନ୍ଦନ ମହାନ୍ତି ପ୍ରମୁଖ ଏହି ହୋଟେଲଗୁଡ଼ିକ ଯାଞ୍ଚ ପରେ ସିଲ୍‌ କରିଥିବା ସୂଚନା ମିଳିଛି।

Share