Categories: ଜାତୀୟ

ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୬ ଜୀବନ

ଚେନ୍ନାଇ,୨୭।୧୦: ତାମିଲନାଡୁର କଲ୍ଲାକୁରିଚି ଜିଲାର ଶଙ୍କରପୁରମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଣ ହୋଲସେଲରେ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହାତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ଲାକୁରିଚି ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଦୋକାନର ମାଲିକ ଓ ତାଙ୍କର କର୍ମଚାରୀ ଥିବା ଜଣାପଡିଛି।

ବାଣ ଦୋକାନରେ ନିଆଁ ଲାଗିବା ପରେ ସେଠାରେ ବିସ୍ଫୋରଣ ହୋଇଥିଲା ଓ ନିଆଁ ଆଖପାଖ ଦୋକାନକୁ ବ୍ୟାପି ଯାଇଥିଲା। ଅନ୍ୟ ଦୋକାନ ଗୁଡିକରେ ଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ଫାଟିଯାଇଥିଲା। ଫଳରେ ନିଆଁ ଆହୁରି ବ୍ୟାପି ଯାଇଥିଲା। କଲ୍ଲାକୁରିଚି ଓ ତିରୁକୋଇଲୟୁରରୁ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କେମିତି ଲାଗିଲା ଏଯାଏ ଜଣାପଡିନାହିଁ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରଥିବା ବେଳେ ଜରୁରୀକାଳୀନ ୱାର୍ଡରେ ଚିକିତ୍ସିତ ହେଉଥିବା ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

Share