Categories: ଜାତୀୟ

ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଗୁଆହାଟୀ,୨୬ା୧୧-ଆସାମର ଦିବ୍ରୁଗଡ଼ ଜିଲା ଲେପେଟ୍‌କାଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କ ପ୍ରାଣହାନି ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବା ଲାଗି ଗାଡ଼ିରେ ଲୋକମାନେ ଯାଉଥିବାବେଳେ ଜାତୀୟ ରାଜପଥ ୩୭ ଉପରେ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଟ୍ରେଲର ଟ୍ରକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣ ପ୍ରାଣ ହରାଇଥିବା ଦିବ୍ରୁଗଡ଼ ଡିଏସ୍‌ପି ଥୁବେ ପ୍ରତୀକ ବିଜୟ କୁମାର କହିଛନ୍ତି। ହସ୍ପିଟାଲ ଯିବା ବାଟରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ। ଧେମାଜି ଜିଲାରୁ ଦିବ୍ରୁଗଡ଼ ଅଭିମୁଖେ ଯାତ୍ରୀମାନେ ଗାଡ଼ିରେ ଦ୍ରୁତ ଗତିରେ ଯାଉଥିଲେ। ୨ ଆହତଙ୍କୁ ଦିବ୍ରୁଗଡ଼ସ୍ଥିତ ଆସାମ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Share