Categories: ଜାତୀୟ

ବାଲିଗଦାରେ ପୋତିହୋଇ ଚାଲିଗଲା ପରିବାରର ୬ ଜୀବନ

ଜୟପୁର,୧୧।୧୦: ରାଜସ୍ଥାନର କରୌଲି ଜିଲା ଅଧୀନ ସିମିର ପଞ୍ଚାୟତରେ ଏକ ଅଘଟଣ ଘଟିଛି। ଏକ ବାଲିଗଦା ଭୁଶୁଡ଼ି ପଡ଼ିବାରୁ ତଳେ ପୋତିହୋଇ ଗୋଟିଏ ପରିବାର ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଗାଁ ଲୋକେ ବାଲି ହଟାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ରାମନିରି ମାଲି(୪୦), ଝିଅ ଖୁସ୍‌ବୁ(୫), ଅଞ୍ଜୁ(୭), କୋମଲ(୮), ସମ୍ପର୍କୀୟ ଅନିତା ମାଲି(୨୫) ଏବଂ କେଶାତି ଦେବୀ(୪୨)ଙ୍କ ମୃତ୍ୟୁ ଘଟିିଥିଲା। ଆହତମାନଙ୍କୁ ସପୋତ୍ରାସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ଏନେଇ ଗାଁରେ ଶୋକାର ଛାୟା ଖେଳିଯାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share