Categories: ଜାତୀୟ

ହୃଦୟବିଦାରକ ଘଟଣା: ମଇଁଷି ଗୋବର ପଡ଼ି ୬ ମାସ ଶିଶୁର ଜୀବନ ଗଲା

ଲକ୍ଷ୍ନୌ,୧୦।୧୨: ଉତ୍ତରପ୍ରଦେଶର ମହୋବାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ମଇଁଷି ଗୋବର ଯୋଗୁ ୬ ମାସର ଶିଶୁର ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଘରେ ରୋଷେଇ କରୁଥିବାବେଳେ ମହିଳା ଶିଶୁକୁ ବାହାରେ ଏକ ଝୁଲାରେ ଝୁଲେଇ ଦେଇଥିଲେ। ଏହି ସମୟରେ ମଇଁଷି ଶିଶୁଟିର ମୁହଁରେ ଝାଡା କରିଦେଇଥିଲା। ପିଲାଟିର ସ୍ବର ଦୀର୍ଘ ସମୟ ଧରି ଶୁଣିବାକୁ ମିଳି ନ ଥିଲା। ମା’ ଶିଶୁ ନିକଟକୁ ଆସି ଦେଖିବାରୁ ଛୁଆଟି ମୁହଁରେ ଗୋବର ଥିବା ଦେଖିବାକୁ ପାଇଥିଲେ। ଶିଶୁର ଅବସ୍ଥା ଦେଖି ଭୟଭୀତ ମା’ ତାଙ୍କୁ କୋଳରେ ଉଠାଇ ନେଇ ସ୍ବାମୀକୁ ଡାକିଲେ। ଶିଶୁଟିକୁ ତୁରନ୍ତ ଚିକିତ୍ସା ପାଇଁ ଜିଲା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ନିରୀହ ଶିଶୁକୁ ମୃତ ଘୋଷଣା କରିଥିଲେ। ଶ୍ୱାସରୁଦ୍ଧ ଯୋଗୁ ଏହି ଘଟଣା ଘଟିଥିବା ଜଣାପଡିଛି।
ଏହି ଆଶ୍ଚର୍ଯ୍ୟଜନକ ଘଟଣା ଜିଲାର କୁଲପାହାର ପୋଲିସ ଷ୍ଟେସନ ଅଧୀନରେ ଥିବା ସତାରୀ ଗ୍ରାମରେ ଘଟିଛି।

Share