ଛଅ ମାସ ପରେ…

କଥାରେ ଅଛି- ଅପେକ୍ଷାର ଫଳ ମିଠା। ସେଥିପାଇଁ ଧୈର୍ଯ୍ୟ ଦରକାର। ହେଲେ ଏବେ ଶୁଣିବାକୁ ମିଳୁଛି ପୁଣି ଛଅ ମାସ ପରେ ଯାହା ଚିନ୍ତା କରାଯିବ। କଥା କ’ଣ କି, ବରୁଣ ଧାଓ୍ବନ-କ୍ରିତି ସାନନ୍‌ଙ୍କ ଅଭିନୀତ ‘ଭେଡିୟା’ର ରିଲିଜ ଡେଟ୍‌ ଘୁଞ୍ଚତ୍ ଘୁଞ୍ଚତ୍ ଚାଲିଛି। ନଭେମ୍ବର ଶେଷ ସପ୍ତାହରେ ଏହା ଓଟିଟି ଫର୍ମାଟରେ ରିଲିଜ୍‌ ହେବ ବୋଲି ଯୋଜନା ଥିଲା। କିନ୍ତୁ ଏହି ଫର୍ମାଟ ପ୍ୟାକ୍‌ ଥିବାରୁ ଫିଲ୍ମଟିର ମୁକ୍ତିଲାଭ ତାରିଖ ପାଖାପାଖି ଛଅ ମାସ ଘୁଞ୍ଚାଇ ଦିଆଯାଇଛି। ଏ ନେଇ କ୍ରିତି କହନ୍ତି, ”ବର୍ତ୍ତମାନ ଓଟିଟି ଫର୍ମାଟ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ପ୍ୟାକ୍‌ ଅଛି। ତେଣୁ ସୁଇଟେବ୍‌ଲ ରିଲିଜ ଡେଟ୍‌ ଫାଇନାଲ ହୋଇ ପାରୁନାହିଁ। ଏଥିପାଇଁ ଆଉ ଛଅ ମାସ ଅପେକ୍ଷା କରିବାକୁ ପଡିବ। ତେବେ ଏ ନେଇ ପ୍ରଯୋଜନା ସଂସ୍ଥା ବିଚାରବିମର୍ଶ ଚାଲୁ ରଖିଛି।“ ଦିନେଶ ଭିଜାନଙ୍କ ପ୍ରଯୋଜିତ ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅମର କୌଶିକ।

Share