ବିଶ୍ୱ ମହାମାରୀକୁ ୬ମାସ: ଟୀକା ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମଣକୁ ଜୁଲାଇ ୩୦ରେ ୬ ମାସ ପୂରିବାକୁ ଯାଉଛି। ଜାନୁୟାରୀ ୩୦ରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟସସ୍‌ କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଥିଲେ। ଏ ପର୍ଯ୍ୟନ୍ତ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇପାରିନାହିଁ। ଲୋକଙ୍କ ପାଖରେ ଟୀକା ଏବେ ବି ଅପହଞ୍ଚ ହୋଇ ରହିଛି। ତେବେ ଆସନ୍ତା ୨ ସପ୍ତାହ ମଧ୍ୟରେ ଟୀକା ଆସିବାର ସମ୍ଭାବନା ଥିବା କୁହାଯାଉଛି। ବହୁ ଔଷଧ କମ୍ପାନୀ ପକ୍ଷରୁ କ୍ଲିନିକାଲ୍‌ ଟ୍ରାଏଲ୍‌ ଜାରି ରହିଛି। ବୁଧବାର ସୁଦ୍ଧା ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୬୮ ଲକ୍ଷ ୯୭ ହଜାର ୨୦୮ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୬ ଲକ୍ଷ ୬୩ ହଜାର ୫୨୩ ଛୁଇଁଛି। ଇତିମଧ୍ୟରେ କୋଟିଏ ୪ ଲକ୍ଷ ୬୧ ହଜାର ୩୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୫୭ ଲକ୍ଷ ୭୨ ହଜାର ୩୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସୋମନଙ୍କ ମଧ୍ୟରୁ ୫୭ଲକ୍ଷ ୫ ହଜାର ୯୧୮ଜଣଙ୍କଠାରେ ସାଧାରଣ ଲକ୍ଷଣ ପ୍ରକାଶ ପାଇଥିବାବେଳେ ୬୬ ହଜାର ୪୪୯ଜଣ ଗୁରୁତର ରହିଛନ୍ତି।

Share