ଚଳିତ ବର୍ଷରେ ଅନେକ ୪ ଚକିଆ ଯାନ ବଜାରକୁ ଆସିବାର ସୂଚନା ରହିଛି। ସେଗୁଡ଼ିକର ଶୁଭାରମ୍ଭ ସମୟ ମଧ୍ୟ ନିର୍ଦ୍ଧାରିତ ହୋଇଛି। ସେଥିମଧ୍ୟରୁ ଜାନୁୟାରୀରେ ଆସିବାକୁ ଥିବା ଗାଡ଼ିଗୁଡିକର ଏକ ତାଲିକା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଉକ୍ତ ତାଲିକାରେ ଥିବା ଗାଡିଗୁଡିକ ହେଉଛି ଅଡି କ୍ୟୁ୭, କିଆ କାରନେସ, ବିଏମ୍ଡବ୍ଲ୍ୟୁ ଏକ୍ସ୩ ୨୦୨୨, ଟୟୋଟା ହିଲକ୍ସ, ଭଲ୍ଭୋ ଏକ୍ସସି ୪୦ ରିଚାର୍ଜ ଓ ସ୍କୋଡା କୋର୍ଡିଆକ ଭଳି ପ୍ରମୁଖ କମ୍ପାନୀର ସୌଖୀନ ଗାଡି ବଜାରକୁ ଆସୁଛି। ୨୦୨୨ ଜାନୁୟାରୀର ପ୍ରଥମ ଥର ପାଇଁ ଭାରତୀୟ ରାସ୍ତାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା କାରଗୁଡିକର ସମ୍ପୂର୍ଣ୍ଣ ହୋଷ୍ଟ ଦେଖିବାକୁ ମିଳିବ।