Categories: ଜାତୀୟ

ମହନ୍ତ ନରେନ୍ଦ୍ର ଗିରି ହତ୍ୟା ମାମଲା: ମିଳିଲା ୬ ପୃଷ୍ଠାର ସୁଇସାଇଡ୍ ନୋଟ

ପ୍ରୟାଗରାଜ,୨୧ ।୯: ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରି ଯେଉଁ କୋଠରିରେ ଆତ୍ମହତ୍ୟା କରିଥିଲେ ଏବେ ସେଠାରୁ ୬ ପୃଷ୍ଠାର ସୁଇସାଇ୍‌ଡ୍ ନୋଟ ମିଳିଥିବା ଜଣାପଡିଛି । ପୋଲିସ କହିଛି ଉକ୍ତ ସୁଇସାଇଡ୍ ନୋଟରେ ଆଖଡା ପରିଷଦର ଉତ୍ତରାଧିକାରୀଙ୍କ ନାମ ଲେଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ମହନ୍ତଙ୍କ ଅତି ପାଖର କୁହାଯାଉଥିବା ଆନନ୍ଦ ଗିରିଙ୍କ ବ୍ୟତୀତ ହନୁମାନ ମନ୍ଦିରର ପୂଜାରୀ ଆଧ୍ୟା ତିୱାରି ଓ ତାଙ୍କ ପୁଅ ସନ୍ଦିପ ତିୱାରିଙ୍କ ନାମ ରହିଛି । ଏହାସହ ସମ୍ମାନ ଓ ଅପମାନକୁ ନେଇ ମଧ୍ୟ କିଛି ଲେଖାଯାଇଛି । ଏବେ ପ୍ରଶ୍ନ ଉଠିଛି ଯେ କେଉଁ ଅପମାନ ପାଇଁ ମହନ୍ତ ଆତ୍ମହତ୍ୟା କରିଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଝୁଲନ୍ତା ମୃତଦେହକୁ ଖୋଲି ଦିଆଯାଇଥିଲା । ଆଉ ତାଙ୍କ ମୃତଦେହ ନିକଟରେ ସୁଇସାଇଡ୍ ନୋଟ୍ ପଡିଥିଲା । ଯେଉଁଥିରେ ଲେଖାଯାଇଛି କି ସେ ସାରା ଜୀବନ ସେ ସମ୍ମାନର ସହ ବଞ୍ଚିଛନ୍ତି ହେଲେ ଏବେ ତାଙ୍କ ପାଖ ଲୋକ ବୋଲି କୁହାଯାଉଥିବା ଆନନ୍ଦ ଗିରିଙ୍କ ବ୍ୟତୀତ ହନୁମାନ ମନ୍ଦିରର ପୂଜାରୀ ଆଧ୍ୟା ତିୱାରି ଓ ତାଙ୍କ ପୁଅ ସନ୍ଦିପ ତିୱାରିଙ୍କ ବ୍ୟବହାର ତାଙ୍କୁ କଷ୍ଟ ଦେଇଛି ଓ ଅପମାନିତ କରିଛି । କେତେଜଣ ତାଙ୍କୁ ମିଥ୍ୟା ଆରୋପ ଲଗାଇ ଅପମାନିତ କରିଛନ୍ତି ଯାହା ସେ ସହିପାରି ନାହାନ୍ତି ।

Share