Categories: ଜାତୀୟ

ଆପାର୍ଟମେଣ୍ଟରେ ନିଆଁ, ଜିବନ୍ତ ଜଳିଗଲେ ୬ ଜଣ

ହାଇଦ୍ରାବାଦ,୧୩।୧୧: ତେଲଙ୍ଗାନା ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ ସୋମବାର ସକାଳେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତି କମରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ବିଲଡିଂରେ ଥିବା ଗୋଦାମରେ ନିଆଁ ଲାଗିଥିବା ଜଣାପଡିଛି। ଏହି ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ ଅନେକ ଲୋକ ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟ ସୁଯୋଗ ପାଇଲେ ନାହିଁ। ଅଗ୍ନିଶମ ବିଭାଗର ଅନେକ ଗାଡି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ଘଟଣାକୁ ନେଇ ସାମ୍ନାକୁ ଆସିଥିବା ଭିଡିଓରେ ଅଗ୍ନିଶମ କର୍ମଚାରୀମାନେ ଝରକା ଉପରେ ସିଡ଼ି ଲଗାଇ ବିଲ୍ଡିଂରେ ଫସି ରହିଥିବା ମହିଳା ଓ ଶିଶୁମାନଙ୍କୁ ବାହାରକୁ ନେଇଥିବାର ଦେଖିବାକୁ ମିଳିବ।

Share