Categories: ଖେଳ

ଭାରତୀୟ ଦଳରେ କିସ୍‌ର ୬ ଖେଳାଳି

ଭୁବନେଶ୍ୱର, ୧୫।୩ (କ୍ରୀଡ଼ା ପ୍ରତିନିଧି): ଇଣ୍ଡୋନେସିଆରେ ଚଳିତ ମାସ ୧୭ରୁ ୧୯ ପର୍ଯ୍ୟନ୍ତ ବୋର୍ନିଓ ସେଭେନ୍ସ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ମନୋନୀତ ଭାରତୀୟ ଦଳରେ କିସ୍‌ର ୬ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ହୁପି ମାଝି, ପାର୍ବତୀ କିସ୍କୁ, ମାମା ନାଏକ, ଡୁମୁନି ମାର୍ଣ୍ଡି, ତରୁଲତା ନାଏକ ଓ ନିର୍ମାଲ୍ୟ ରାଉତ। ଏହି ସମ୍ମାନଜନକ ପ୍ରତିଯୋଗିତା ଲାଗି ଭାରତୀୟ ରଗ୍‌ବୀ ଫୁଟବଲ ୟୁନିୟନ (ଆଇଆର୍‌ଏଫ୍‌ୟୁ)ର କୋଚିଂ କ୍ୟାମ୍ପ କୋଲକାତାସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ପରିସରରେ ଚାଲିଥିଲା। ଭାରତୀୟ ଦଳ ବୁଧବାର ଇଣ୍ଡୋନେସିଆ ଯାତ୍ରା କରିଛି।

Share