ବୋଟ୍‌ ବୁଡ଼ି ୬ ଛାତ୍ରଙ୍କ ଜୀବନ ଗଲା

କଲମ୍ବୋ,୨୩।୧୧: ଶ୍ରୀଲଙ୍କା ଉପକୂଳରେ ମଙ୍ଗଳବାର ଏକ ବୋଟ୍‌ ବୁଡ଼ିଯିବାରୁ ୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୭ ଜଣ ଛାତ୍ର ପହଁରି କୂଳକୁ ଚାଲିଆସିଥିଲେ। ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଥିବା କୁରିଞ୍ଚକେନିରୁ ବୋଟ୍‌ଟି ଛାତ୍ରମାନଙ୍କୁ ନେଇ କିନ୍ନିୟା ସହରକୁ ଯାଉଥିଲା। ହେଲେ ବାଟରେ ବୋଟ୍‌ ବୁଡି ଯାଇଥିଲା। ଦୁର୍ଘଟଣାର କାରଣ ଜଣାପଡି ନାହିଁ। ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share