Categories: ଜାତୀୟ

୮ ଘଣ୍ଟାର ପରିଶ୍ରମ ବେକାର: ୩୦୦ ଫୁଟ ବୋରଓ୍ବେଲ୍‌ରୁ ଉଦ୍ଧାର ଶିଶୁର ଚାଲିଗଲା ଜୀବନ

ଅମୃତସର,୨୨ା୫: ପଞ୍ଜାବର ହୋଶିଆରପୁର ଜିଲା ଗାଡ଼ିୱାଲା ଅଞ୍ଚଳର ବାଇରାମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୩୦୦ ଫୁଟ ଗଭୀର ବୋରୱେଲ୍‌ରେ ପଡ଼ି ଜଣେ ୬ ବର୍ଷର ଶିଶୁଙ୍କର ମୃତ୍ୟୁ ଘଟିଛି। ଶିଶୁର ନାମ ହ୍ରିତିକ। ୮ ଘଣ୍ଟାର ସଂଘର୍ଷ ପରେ ଏହି ପିଲାଟିକୁ ଉଦ୍ଧାର କରାଯାଇଥିଲା। ପିଲାଟିକୁ ବାହାରକୁ ଅଣାଯାଇ ତାଙ୍କୁ ସିଧାସଳଖ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ, ରବିବାର ସକାଳ ପ୍ରାୟ ୯ରୁ ୧୦ ମଧ୍ୟରେ ଏକ କ୍ଷେତରେ ଖେଳୁଥିବାବେଳେ ପିଲାଟି ବୋରଓ୍ବେଲ୍‌ରେ ପଡିଯାଇଥିଲା। କୁକୁରଠାରୁ ରକ୍ଷା ପାଇବା ପାଇଁ ଦୌଡୁଥିବାବେଳେ ଏହି ଘଟଣା ଘଟିଥିଲା। ଶିଶୁର ଜୀବନ ବଞ୍ଚାଇବାକୁ ଏନ୍‌ଡିଆରଏଫ୍‌ ଦଳକୁ ଡକାଯାଇଥିଲା ଏବଂ ସେନାର ସାହାଯ୍ୟ ମଧ୍ୟ ନିଆଯାଇଥିଲା, ତା’ପରେ ପିଲାଟିକୁ ବୋରୱେଲରୁ ବାହାର କରାଯାଇଥିଲା। ଏଥିସହିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନଠାରୁ ଏନେଇ ଅବଗତ ହୋଇଥିଲେ।

Share