ଭବାନୀପାଟଣା,୨।୧୦(ଡି.ଏନ୍.ଏ.): କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା କଳାହାଣ୍ଡି ଜିଲାର ୧୬ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ସେମାନେ ସ୍ସିବିରେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ପ୍ଲାଜମା ଦାନ କରିଥିବା ଜଣାପଡିଛି। ଜିଲାରେ ପ୍ରାୟ ଶତାଧିକ ଆଗାଧାଡିର କରୋନା ଯୋଦ୍ଧା (ପୋଲିସ କର୍ମଚାରୀ) ଓ ତାଙ୍କ ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ସୁସ୍ଥ ହେବା ପରେ ମଧ୍ୟ ଜନସାଧାରଣଙ୍କୁ କରୋନାରୁ ସୁରକ୍ଷା କାର୍ଯ୍ୟକରି ଆସୁଛନ୍ତି।
Posted inଆମ ଜିଲା ଖବର, କଳାହାଣ୍ଡି