ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ୧୬ ଲୋକ କରୋନା ପଜିଟିଭ୍‌

ପାଟନା, ୨୬।୭: ଅନ୍ତିମ ସଂସ୍କାରରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ୧୬ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ବିହାରର ପାଟନାଠାରୁ ୩୦ କିମି ଦୂରରେ ଥିବା ମନେରର ଦେବୀସ୍ଥାନଠାରେ ଏଭଳି ଘଟିଛି। ଅନ୍ତିମ ସଂସ୍କାରରେ ୩୮ ଜଣ ଲୋକ ଯୋଗଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଅନ୍ତିମ ସଂସ୍କାରରେ ଯୋଗଦେବା ପରେ କେତେକଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ପରେ ନମୁନା ପରୀକ୍ଷା କରାଯାଇଥିଲା। ଆକ୍ରାନ୍ତଙ୍କୁ କ୍ୱାରାଣ୍ଟାଇନ ରଖାଯାଇଛି। ଆକ୍ରାନ୍ତଙ୍କ ସହିତ ମିଳାମିଶା କରିଥିବା ଲୋକଙ୍କ ଟ୍ରାକିଂ କରାଯାଇ ଆଇସୋଲେଶନ୍‌ ରଖିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

Share