ଷଷ୍ଠ ଦିନରେ ଆୟକର ବିଭାଗର ଚଢାଉ: ଭାଟି ମ୍ୟାନେଜରଙ୍କୁ ପଚରାଉଚରା

ବଲାଙ୍ଗୀର,୧୧।୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ମଦଭାଟି, ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚଢ଼ାଉ କରି ଆୟକର ବିଭାଗ ଜବତ କରିଥିବା କୋଟି କୋଟି ଟଙ୍କାର ଶେଷରେ ହିସାବ ମିଳିଛି। କେବଳ ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାରେ ଚାଲିଥିବା ଗଣତି ୩୦୫ କୋଟି ଟଙ୍କା ବୋଲି ଜଣାପଡିଛି। ହେଲେ ସୋମବାର ସୁଦପଡ଼ା ମଦଭାଟି ଓ କ୍ଲବପଡ଼ା ଅଫିସରେ ଆୟକର ବିଭାଗର ଚଢାଉ ଜାରି ରହିଛି l ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଆୟକର ବିଭାଗ ଅଧିକ ତଥ୍ୟ ଯୋଗାଡ଼ ପାଇଁ ପଚରାଉଚରା କରୁଛନ୍ତି l ଆୟକର ବିଭାଗ ମଦଭାଟିକୁ କଡା ନଜରରେ ରଖିଛି। ସେଠାରେ ସୁରକ୍ଷା କର୍ମୀ ଓ ଆଇଟି ବିଭାଗ ଅଧୁକାରୀମାନେ ପଇଁତରା ମାରୁଛନ୍ତି ।

Share