ମାଡ଼ି ଚାଲିଛି ବିଜେଡି, ୬ଷ୍ଠ ରାଉଣ୍ଡ ସୁଦ୍ଧା ଦଳ ଆଗରେ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଶୁକ୍ରବାର ଜାରି ରହିଛି। ୨୦ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଷଷ୍ଠ ରାଉଣ୍ଡ ଭୋଟ ଗଣନା ଶେଷ ହୋଇଛି। ହେଲେ ବିଜେଡି ଆଗକୁ ମାଡି ଚାଲିଥିବା ବେଳେ ଭାଜପା ଓ କଂଗ୍ରେସ ପଛରେ ରହିଛନ୍ତି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଧାରାଣୀ ପଣ୍ଡା ଓ କିଶୋର ପ୍ରଧାନଙ୍କଠାରୁ ଆଗରେ ରହିଛନ୍ତି। ଷଷ୍ଠ ରାଉଣ୍ଡରେ ବିଜେଡିକୁ ୫ ହଜାର ୧୫୫ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ୧ ହଜାର ୭୭୮ ଖଣ୍ଡ ଭୋଟ ଏବଂ ଭାଜପା ୧୦୦୨ ଖଣ୍ଡ ଭୋଟ ହାତଇପାରିଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୨୯ ହଜାର ୮୮୮ ଖଣ୍ଡ ଭୋଟ ପାଇ ଆଗରେ ଥିବା ବେଳେ ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ୭ ହଜାର ୬୩୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬ ହଜାର ୮୮ ଖଣ୍ଡ ଭୋଟ ମିଳିଛି। ଅନ୍ୟପକ୍ଷେ ବିଜେଡି ପ୍ରାର୍ଥୀ ଅଳକା ୨୨ ହଜାର ୭୦ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି।

Share