୧୨ରୁ ୧୪ ବର୍ଷ ବୟସ୍କ ୬୦ ପ୍ରତିଶତ ପିଲାଙ୍କୁ ଦିଆଯାଇଛି ଟିକା…

ନୂଆଦିଲ୍ଲୀ, ୩୦।୪ : ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନରେ ୧୨ରୁ ୧୪ ପିଲାଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କୁ ଡୋଜ୍‌ ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ସୂଚନା ପ୍ରଦାନ କରିଛନ୍ତି। ଟିକାନେବା ଲାଗି ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ମନ୍ତ୍ରୀ କହିଛନ୍ତି। ଇତିମଧ୍ୟରେ ୧୨ରୁ ୧୪ ବର୍ଷ ବୟସ୍କ ୩,୬୩,୬୭,୫୯୮ ପିଲା ଟିକା ନେଇଛନ୍ତି।

ସେହିପରି ୧୫ରୁ ୧୭ ବର୍ଷ ବୟସ୍କ ୧୦,୦୮,୮୧,୦୮୫ ଜଣ ପିଲାଙ୍କୁ ଟିକା ଦିଆଯାଇଛି। ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରୁ ୧,୦୮,୦୫,୨୦,୬୪୬ ଜଣ ଟିକା ନେଇଛନ୍ତି। ୪୫ରୁ ୬୦ ବର୍ଷ ବୟସ୍କଙ୍କ ମଧ୍ୟରେ ୬୦,୬୮,୯୨,୨୦୬ ଜଣ ଟିକା ନେଇଛନ୍ତି। ଅପରପକ୍ଷରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୨୬,୦୮,୭୭,୫୪୦ ଜଣ ଟିକା ନେଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Share