ଭୁବନେଶ୍ୱର,୧୧ା୯: ରାଜ୍ୟର ପ୍ରମୁଖ ୫ତାରକା ହୋଟେଲ ସ୍ବସ୍ତି ପ୍ରିମିୟମ ପକ୍ଷରୁ ଏକ ୧୦ ଦିନିଆ ସ୍ବତନ୍ତ୍ର ଖାଦ୍ୟମେଳା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ହୋଟେଲର ଅଗ୍ରଣୀ ରେଷ୍ଟୁରାଣ୍ଟ ଗୌରମେଟ୍ ପକ୍ଷରୁ ସିଜିଲର୍ସ ଫୁଡ୍ ଫେଷ୍ଟିଭାଲର ଆୟୋଜନ କରାଯାଇଛି। ଏହି ଫେଷ୍ଟିଭାଲ ସେପ୍ଟେମ୍ବର ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ବସ୍ତି ପକ୍ଷରୁ କୁହାଯାଇଛି। ଉଭୟ ମାଧାହ୍ନଭୋଜନ ଏବଂ ରାତ୍ରିଭୋଜନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଯଥାକ୍ରମେ ଅପରାହ୍ନ ୧୨.୩୦ ଘଟିକାରୁ ୩ ଘଟିକା ଏବଂ ସନ୍ଧ୍ୟା ୭ରୁ ୧୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଏ ସମ୍ପର୍କରେ ସ୍ବସ୍ତି ପ୍ରିମିୟମର ମୁଖ୍ୟ ରୋଷେୟା (ଏକ୍ଜିକ୍ୟୁଟିଭ ସେଫ୍ ) ପ୍ରଶାନ୍ତ ସି କହିଛନ୍ତି, ଏହି ଫେଷ୍ଟିଭାଲ ଉତ୍ସବ ବିଶେଷକରି ଆମ ପ୍ରିୟ ଗ୍ରାହକଙ୍କ ପାଇଁ ଆୟୋଜନ କରାଯାଇଛି। ଏଥିରେ ଖାଲି ଯେ ଓଡ଼ିଆ ନୁହେଁ ସବୁ ବର୍ଗର ଥାଳି ଉପଲବ୍ଧ ରହିବ। ବିଶେଷକରି ସ୍ବଦେଶୀ ଓ ବିଦେଶୀର ଏକ ସମ୍ମିଶ୍ରଣ ଖାଦ୍ୟ ପସରାର ପ୍ରସ୍ତୁତି ଆମର ସମ୍ପୂର୍ଣ୍ଣ ଟିମ୍ର ସଂଯୋଗରେ ତିଆରି କରାଯାଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।