Categories: ଖେଳ

ମିଲ୍‌ଖା, ଉଷାଙ୍କୁ ଏସ୍‌ଜେଏଫ୍‌ଆଇ ପଦକ

ଭୁବନେଶ୍ୱର, ୨୪।୭ (ତପନ ସ୍ବାଇଁ): ସ୍ପୋଟର୍‌ସ ଜର୍ନାଲିଷ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସଜେଏଫ୍‌ଆଇ)ର ବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ରବିବାର ଅହବଦାବାଦରେ ଅନୁଷ୍ଠିତ ହୋଇଯାଇଛି। ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂ ଏବଂ ଟ୍ରାକ୍‌ ଷ୍ଟାର ପି.ଟି. ଉଷାଙ୍କୁ ସମ୍ମାନଜନକ ଏସ୍‌ଜେଏଫ୍‌ଆଇ ପଦକ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ମିଲ୍‌ଖାଙ୍କୁ ମରଣୋତ୍ତରଭାବେ ଏହି ପଦକ ପ୍ରଦାନ କରାଯିବ। ପୂର୍ବରୁ ବିଜୟ ଅମୃତରାଜ, ପ୍ରକାଶ ପାଦୁକୋନେ ଓ ସୁନୀଲ ଗାଭାସ୍କର ଏହି ପଦକ ପାଇଥିଲେ। ୨୦୨୩ରୁ ୨୦୨୫ପାଇଁ ଅନୁଷ୍ଠିତ ନିର୍ବାଚନରେ ତୁଷାର ତ୍ରିବେଦୀ ସଭାପତି ଓ ପ୍ରଶାନ୍ତ କେନି ସମ୍ପାଦକ ମନୋନୀତ ହୋଇଛନ୍ତି। ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ଏସ୍‌ଜେଏଫ୍‌ଆଇର କାର୍ଯ୍ୟକାରୀ କମିଟି ସଦସ୍ୟ ହୋଇଛନ୍ତି।
ନବନିର୍ବାଚିତ ସଦସ୍ୟ: ସଭାପତି: ତୁଷାର ତ୍ରିବେଦୀ, ଉପସଭାପତି: ବିକାଶ ପାଣ୍ଡେ, ମନୁଜା ଭୀରାପ୍ପା, ସରଜୁ ଚକ୍ରବର୍ତ୍ତୀ, ପରିତୋଶ ପରମାଣିକ, ସମ୍ପାଦକ: ପ୍ରଶାନ୍ତ କେନି, ଯୁଗ୍ମ ସମ୍ପାଦକ ରମେଶ ଭରିକୁପ୍ପାଲା, କୋଷାଧ୍ୟକ୍ଷ: ପାର୍ଥ ଚକ୍ରବର୍ତ୍ତୀ, କାର୍ଯ୍ୟକାରୀ କମିଟି: ସୁରେଶ କୁମାର ସ୍ବାଇଁ, ରିପ୍‌ଲେ ଚିରିଷ୍ଟେ, କେ. କୀର୍ତ୍ତିବାସନ, ସୁପ୍ରଭାତ ଦେବନାଥ, ବିଦ୍ୟୁତ କାଲିଟା, ନିଲେଶ ଦେଶପାଣ୍ଡେ, ସବି ହୁସେନ ନକ୍‌ଭି।

Share