Posted inଫୁରସତ

ସ୍କେଟିଂ କରୁଛି ବୁଲ୍‌ଡଗ୍‌

କିଛି ପେଟ୍‌ ଅଜବ ଟ୍ରିକ୍‌ସବୁ କରି ଭାଇରାଲ ହେଉଥିବା ସୋସିଆଲ ମିଡିଆରେ ଦେଖିଥିବେ। ସେମାନଙ୍କର ସେହି ଟ୍ରିକ୍‌ସବୁ ଦେଖି ଆଶ୍ଚର୍ଯ୍ୟ ଲାଗେ ଯେ, ଆମେ ମଣିଷ ହୋଇ ଯେଉଁକାମ କରିପାରୁନେ ଏଇ ପେଟ୍‌ମାନେ କିପରି କରିପାରୁଛନ୍ତି। ଏଇ ଯେମିତି ସ୍କେଟିଂ କରି ଏକ ବୁଲ୍‌ଡଗ୍‌ ଏବେ ଇଣ୍ଟରନେଟ୍‌ ସନସେସନ୍‌ ପାଲଟିଯାଇଛି। ଆମେରିକା, ଓ୍ବାଶିଂଟନ୍‌ର ଫକ୍ସ ଆଇଲାଣ୍ଡରେ ରହୁଥିବା ଜେମି ଡେଲପରଡାଙ୍ଗଙ୍କର ଏ ହେଉଛି ପେଟ୍‌, ଯାହାର ନାଁ ‘ଚାଡର୍‌’। ଚାଡର୍‌୍‌ର ସ୍କେଟିଂ ସ୍କିଲ ଦେଖି ସ୍କେଟର୍‌ମାନେ ବି ଚକିତ ହୋଇଯାଆନ୍ତି। ୯ ବର୍ଷ ବୟସର ଚାଡର୍‌ର ସ୍କେଟିଂ ଦେଖି ଅନେକେ କୁହନ୍ତି ସେ ନିଶ୍ଚିତଭାବେ କୌଣସି ସ୍କେଟର୍‌ର ପୁନର୍ଜନ୍ମ। ଡେଲପରଡାଙ୍ଗ ଦମ୍ପତି ଚାଡର୍‌କୁ ଏକ ବ୍ରିଡର୍‌ଠାରୁ ଆଣିଥିଲେ। ଥରେ ଚାଡର୍‌କୁ ନେଇ ଏହି ଦମ୍ପତି ବିଚ୍‌କୁ ଯାଇଥାନ୍ତି। ସେଠି ହଠାତ୍‌ ଚାଡର୍‌ ଏକ ପିଲାର ସ୍କେଟ୍‌ ବୋର୍ଡରେ ଖେଳିବାକୁ ଆରମ୍ଭ କଲା। ଆଉ ସେ ବହୁତ ଖୁସି ବି ଥିଲା। ଏ ଘଟଣା ପରେ ଡେଲପରଡାଙ୍ଗ ଦମ୍ପତି ଚାଡର୍‌ ପାଇଁ ଏକ ସ୍କେଟ୍‌ ବୋର୍ଡ ଆଣିଦେଲେ। ଆଉ ଖୁବ୍‌ ଶୀଘ୍ର ସେ ଏଥିରେ ଖେଳିବା ଓ ସ୍କେଟିଂ କରିବା ଆରମ୍ଭ କରିଦେଲା। ସେ ସ୍କେଟିଂ ଏତେ ମନଧ୍ୟାନ ଦେଇ କରେ ଯେ, ଯଦି ଭଲ ନ କରିପାରେ ମନ ଦୁଃଖ କରେ। ଆଉ ଯଦି ଭଲରେ କରିଦିଏ ଖୁସି ହେଇଯାଏ। ଏବେ ଚାଡର୍‌ର ୨୦ଟି ସ୍କେଟ ବୋର୍ଡ ଅଛି। ସେ ସ୍କେଟିଂ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରୁ ମାଟି ଘର, ଭିତରେ ୫ ତାରକା ହୋଟେଲ ଭଳି ଦୃଶ୍ୟ; ଭାଇରାଲ Video ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ବିଶ୍ୱାସ କରିବା କଷ୍ଟକର ମନେ ହୋଇଥାଏ। ଏହି କ୍ରମରେ ଏବେ ଏକ...

ନୂଆ ଗର୍ଭନିରୋଧକ ଇଞ୍ଜେକ୍ସନ ପ୍ରସ୍ତୁତ କଲେ ବୈଜ୍ଞାନିକ: ସହଜରେ ଏଡ଼ାଇପାରିବେ ଗର୍ଭଧାରଣ

ନୂଆଦିଲ୍ଲୀ,୨୫।୩: ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ର ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଇଞ୍ଜେକ୍ସନ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ବିନା ଚିକିତ୍ସା ପ୍ରକ୍ରିୟା ଏବଂ ଔଷଧ...

ପାଣି ବିନା ସାରା ଜୀବନ ବଞ୍ଚିପାରିବ ଏହି ପ୍ରାଣୀ: କେବେ ଶୁଣି ନ ଥିବେ ନାଁ

ଦୁନିଆରେ ବହୁତ ପ୍ରକାରର ପ୍ରାଣୀ ବାସ କରନ୍ତି। ପ୍ରତ୍ୟେକ ପ୍ରାଣୀର ନିଜସ୍ବ ବିଶେଷ ଗୁଣ ଅଛି। କିଛି ପ୍ରାଣୀ ଅଛନ୍ତି, ଯେଉଁମାନେ ପାଣି ନ ପିଇ...

ଓଜନ କମାଇବାର ଜାପାନୀ ଫର୍ମୁଲା: ଏହି ଜାଦୁଗରୀ ଅଭ୍ୟାସରେ ତୁରନ୍ତ ହ୍ରାସ ପାଇବ ଓଜନ

ବିଶ୍ୱର ସୁସ୍ଥ ଦେଶ ମାନଙ୍କ ମଧ୍ୟରେ ଜାପାନ ବହୁତ ଆଗରେ ରହିଥାଏ। ଏଠାକାର ଲୋକେ ପତଳା ହେବା ସହିତ ବହୁତ ପରିଶ୍ରମୀ ମଧ୍ୟ। ତେବେ ଆସନ୍ତୁ...

ମଶାଠୁ ରକ୍ଷା କରିବ କଙ୍କି ପେଣ୍ଡାଣ୍ଟ

ଏହି କଙ୍କିକୁ ଦେଖି ଇଛା ହେଉଛି କି ପିଲାଦିନେ ଯେମିତି ଲୁଚି ଲୁଚି ଧରୁଥିଲେ ସେମିତି ଧରିବାକୁ? ତେବେ ପ୍ରକୃତ କଥା ହେଉଛି ଏହା କଙ୍କି...

ମୁସଲିମ ଦେଶ ବାଂଲାଦେଶରେ ଦେହ ବେପାର ଉପରେ ନାହିଁ କୌଣସି ପ୍ରତିବନ୍ଧକ, ପ୍ରାୟ ୨ଲକ୍ଷ ମହିଳା କରୁଛନ୍ତି…

ଢାକା,୨୩।୩: ଦେହ ବେପାରକୁ ବିଶ୍ୱର ସବୁଠାରୁ ପୁରୁଣା ବୃତ୍ତି ବୋଲି କୁହାଯାଏ। ଏପରି ଏକ ବୃତ୍ତି ଯାହା କେବେ ଶେଷ ହୋଇପାରିବ ନାହିଁ। ଟଙ୍କା ପାଇଁ...

ଦରମାରେ ଗ୍ରାମଦେବୀଙ୍କ ପାଖେ ମାର୍ଜନା ହୋଇଥିଲା

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ତୁଳସୀପୁର ଗ୍ରାମରେ ଥିବା ଏକ ସାଧାରଣ କୃଷକ ପରିବାରରେ ମୋ ଜନ୍ମ। ପିଲାଟିବେଳୁ ପାଠପଢ଼ାରେ ଖୁବ୍‌ ଭଲ...

ସ୍ମରଣ ଶକ୍ତି ବଢାଇବେ କିପରି…

ସୁସ୍ଥ ରହିବା ପାଇଁ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ଏହି ଖାଦ୍ୟ ବ୍ୟକ୍ତିଙ୍କୁ ନୀରୋଗ ରଖିବା ସହ ଉଭୟ ମାନସିକ ଓ ଶାରୀରିକ ସ୍ତରରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image