ଆଉଥରେ ବିବାହ କରିବେ କି କରିସ୍ମା, ବିବାହକୁ ନେଇ କହିଲେ ଏପରି….

କରିସ୍ମା କପୁର ୯୦ ଦଶକର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଅଭିନୟର ଯାଦୁରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଦୁଇ ସନ୍ତାନର ମା’ ହେବା ସତ୍ତ୍ବେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍‌ ଲାଗି ଖୁବ ଚର୍ଚ୍ଚାରେ ଥାଆନ୍ତି । ସୋସିଆଲ ମିଡିଆରେ ଏତେଟା ଆକ୍ଟିଭ ନ ଥିବା କରିସ୍ମାଙ୍କ ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଷ୍ଟୋରୀରେ କିଛି ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କ ପ୍ରଶଂସକ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଯେମିତିକି ୟୁଜର୍ସ ତାଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ବିଷୟ ପଚାରିଥିଲେ, ସେ ଉତ୍ତରରେ ବିରିୟାନୀଙ୍କୁ ବୋଲି କହିଥିଲେ। ସେହିପରି ଅନ୍ୟ ଜଣେ ପଚାରିଥିଲେ, ତୁମେ ରଣବୀର କପୁର ନା ରଣବୀର ସିଂଙ୍କୁ ପସନ୍ଦ କର ସେତେବେଳେ କରିସ୍ମା ମୁଁ ଉଭୟଙ୍କୁ ଭଲ ପାଏ ବୋଲି କହିଥିଲେ। ସେହି ସମୟରେ ଜଣେ ଫ୍ୟାନ୍ସ କରିସ୍ମାଙ୍କୁ ଏମିତି ଏକ ପ୍ରଶ୍ନ ପଚାରିଥିଲେ, ଯାହା ଶୁଣି ସେ ଦ୍ୱନ୍ଦରେ ପଡ଼ି ଯାଇଥିଲେ। ପ୍ରଶଂସକ ଜଣକ ପଚାରିଥିଲେ, ପୁଣି ଥରେ ବିବାହ କରିବେ କି? ଯେଉଁଥିରେ ସେ ଦ୍ବନ୍ଦରେ ଥିବା ଫଟୋ ଶେୟାର କରି ଡିପେଣ୍ଡସ କହି ଉତ୍ତର ଦେଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କରିସ୍ମା ୨୦୦୩ରେ ବିଜ୍‌ନେସମ୍ୟାନ୍‌ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ୨୦୧୬ରେ ଦୁହେଁ ଅଲଗା ହୋଇଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନ, ବିବାହ ଏବଂ ଛାଡପତ୍ର ବିଷୟରେ ସେ ବହୁତ କମ କଥାବାର୍ତ୍ତା କରନ୍ତି।

Share