ଜଙ୍ଗଲରୁ ମିଳିଲା କଙ୍କାଳ

ରେଢାଖୋଲ,୯ା୭(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ଚାରମାଳ ପୋଲିସ ରବିବାର ଲମ୍ବଖେତା ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଜବତ କରିଛି। ଏ ନେଇ ଚାରମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିିଥିବା ଥାନା ଅଧିକାରୀ ପବିତ୍ର ମୋହନ ସାହୁ କହିଛନ୍ତି। ତେବେ ଚିହ୍ନଟ ପାଇଁ ବୁର୍ଲା ଡାକ୍ତରଖାନାରେ କଙ୍କାଳ ରଖାଯିବା ସହ ବିଭିନ୍ନ ଥାନାକୁ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ପ୍ରାୟ ୧ମାସ ହେବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।

Share