କଲଭଟ୍‌ ତଳେ କଙ୍କାଳ

କଳାହାଣ୍ଡି,୧୨।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଅନ୍ତର୍ଗତ ତେନ୍ତୁଳିପଡ଼ା କଲଭଟ୍‌ ତଳେ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ଏ ନେଇ ପୋଲିସକୁ ଖବର ଦେଇଛନ୍ତି।
ସୂଚନାନୁଯାୟୀ, ତେନ୍ତୁଳିପଡ଼ା ଗ୍ରାମର କିଛି ବ୍ୟକ୍ତି କଲଭଟ୍‌କୁ ମାଛ ଧରିବା ପାଇଁ ଯାଇଥିଲେ। ସେଠାରେ ଦୁର୍ଗନ୍ଧ ହେଉଥିବାରୁ ଖୋଜାଖୋଜି କରିବାରୁ କିଛି କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାଖରେ ଏକ ଏୟାର ବ୍ୟାଗ ସହ କିଛି କପଡା ମଧ୍ୟ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ତେବେ ଏହି କଙ୍କାଳ କାହାର ଏବଂ ଏଠାକୁ କିପରି ଆସିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Share