Categories: ଜାତୀୟ

୨୮୨ ଭାରତୀୟ ସୈନ୍ୟଙ୍କ କଙ୍କାଳ ଠାବ

ଅମୃତସର,୧୨।୫: ୧୮୫୭ରେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ସରକାରଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୨୮୨ ଭାରତୀୟ ସୈନ୍ୟଙ୍କ କଙ୍କାଳ ପଞ୍ଜାବରେ ଠାବ କରାଯାଇଛି।

ଅମୃତସର ନିକଟ ଅଜ୍‌ନାଳାଠାରେ ମାଟି ଖନନ ବେଳେ ଏକ କୂଅରୁ ନରକଙ୍କାଳ ଠାବ ହୋଇଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜେ. ଏସ୍‌. ଶେରାଓ୍ବତ ସୂଚନା ଦେଇଛନ୍ତି। ଏହା ୧୮୫୭ ବିଦ୍ରୋହରେ ପ୍ରାଣ ହରାଇଥିବା ଭାରତୀୟ ସୈନ୍ୟଙ୍କ କଙ୍କାଳ ବୋଲି ସେ ଦର୍ଶାଇଛନ୍ତି।

ସୂଚନା ଯୋଗ୍ୟ, ଅସ୍ତ୍ରଶସ୍ତ୍ରରେ ଘୁଷୁରି ଏବଂ ଗୋରୁ ଚର୍ବିଯୁକ୍ତ କାଟ୍ରିଜ୍‌ ବ୍ୟବହାରକୁ ଭାରତୀୟ ସୈନ୍ୟ ବିରୋଧ କରି ଆନ୍ଦୋଳନ କରିଥିଲେ। ଆନ୍ଦୋଳନକୁ ପ୍ରତିହତ କରିବାକୁ ଯାଇ ବ୍ରିଟିଶ ସରକାର ଶତାଧିକ ସୈନ୍ୟଙ୍କୁ ହତ୍ୟା କରିଥିଲେ।

Share