ଏହିଦିନେ ଅଧିକ ସମୟ ଗାଧାନ୍ତୁ ନାହିଁ। ଏହା ବ୍ୟତୀତ ସାବୁନ୍ର ବ୍ୟବହାର ଯେତେ କମ୍ ସମ୍ଭବ ସେତେ କରନ୍ତୁ। ସ୍କ୍ରବ୍ର ବ୍ୟବହାର ଜମା ବି କରନ୍ତୁ ନାହିଁ। ଏହି ସିଜନ୍ରେ ତ୍ୱଚାର ଚମକ ବଜାୟ ରଖିବାକୁ ହେଲେ ନଖ ଉଷୁମ ପାଣିର ବ୍ୟବହାର କରିପାରନ୍ତି।
ଯଦି ତ୍ୱଚା ଅଧିକ ଡ୍ରାଏ ହୋଇଥାଏ ତେବେ ସାବୁନ୍ ବଦଳରେ ମଶ୍ଚରାଇଜର କ୍ଲିଞ୍ଜର ବ୍ୟବହାର କରନ୍ତୁ। ଏହା ତ୍ୱଚାକୁ ଡ୍ରାଏ ହେବାକୁ ଦିଏନି କି ତ୍ୱଚାକୁ କ୍ଷତି ପହଞ୍ଚାଏନାହିଁ।
ଏହି ସିଜନ୍ରେ ଆପଣ ଗାଧୋଉଥିବା ପାଣିରେ ଏକ କପ୍ କଞ୍ଚାକ୍ଷୀର ପକାଇବା ଦ୍ୱାରା ତ୍ୱଚା କୋମଳ ହୋଇଥାଏ।
ତ୍ୱଚାକୁ ନାଚୁରାଲ କ୍ଲିନ୍ କରିବାକୁ ହେଲେ ଅଳ୍ପ ତୁଳା ନେଇ କ୍ଷୀରରେ ବଡ଼ାଇ ମୁହଁକୁ ତୁଳା ସାହାଯ୍ୟରେ ଭଲଭାବେ ସଫା କରନ୍ତୁ। ଏହାକୁ ସଫା କରିବା ପରେ କିଛି ସମୟ ତାକୁ ଏମିତି ଛାଡି ଦିଅନ୍ତୁ। ମୁହଁ ଶୁଖିଗଲାପରେ ଏହାକୁ ନଖ ଉଷୁମ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।