ଖରାଦିନେ ମୁହଁର ତ୍ୱଚାକୁ ଧୂଳି ଏବଂ ଝାଳ ହେବାରୁ ଦୂରେଇ ରଖନ୍ତୁ। ଝାଳ ସହିତ ଅତ୍ୟଧିକ ଧୂଳି ରହିଲେ ଖୁବଶୀଘ୍ର ମୁହଁରେ ବ୍ରଣ ହୋଇଥାଏ। ତେଣୁ ଦିନକୁ ଅତି କମରେ ତିନି ଚାରି ଥର ମୁହଁ ଧୁଅନ୍ତୁ। କିନ୍ତୁ ସବୁଥର ଫେସ୍ ୱାଶ୍ ଲଗାନ୍ତୁ ନାହିଁ। ମୁହଁ ସଫା କରିବା ପାଇଁ ମୁଲତାନୀ ମାଟି, ଚନ୍ଦନ କିମ୍ବା ରୋଜ ୱାଟର ବ୍ୟବହାର କରନ୍ତୁ।
ଖରାଦିନେ ଶୀତଦିନର କ୍ରିମ୍ ଲଗାନ୍ତୁ ନାହିଁ। ଲାଇଟ୍ ଲୋସନ କିମ୍ବା ସେରମ ଲଗାନ୍ତୁ। ୱାଟର ଏବଂ ଜେଲ୍ ଥିବା ମଶ୍ଚରାଇଜର ଲଗାନ୍ତୁ। ଅତ୍ୟଧିକ ତୈଳୀୟ ତ୍ୱଚା ନିମନ୍ତେ ମିନେରାଲ ଫେସିଆଲ ସ୍ପ୍ରେ ବ୍ୟବହାର କରନ୍ତୁ। ସ୍ନାନ କରୁଥିବା ପାଣିରେ ଗ୍ଲିସେରିନ୍ ଏବଂ ରୋଜ ୱାଟର ପକାନ୍ତୁ।
ଖରାଦିନେ ବି ତ୍ୱଚା ଶୁଷ୍କ ହୋଇଥାଏ। ତେଣୁ ଶୋଇବା ପୂର୍ବରୁ ସଫା କରି ତ୍ୱଚାରେ ମଶ୍ଚରାଇଜର ଲଗାନ୍ତୁ। ଅତ୍ୟଧିକ ଝାଳ ବାହାରୁଥିଲେ ଟୋନର ଲଗାନ୍ତୁ।
ଟାଣ ଖରାରେ ବାହାରକୁ ବାହାରୁଥିଲେ ସନ୍ ଗ୍ଲାସ ଏବଂ ଲିପ୍ ବାମ୍ ନିଶ୍ଚୟ ଲଗାନ୍ତୁ। ଏହା ସହିତ ସନସ୍କ୍ରିନ୍ ଲୋସନ ମଧ୍ୟ ଲଗାନ୍ତୁ।
ଖରାଦିନେ ଦୁଇଥର ସ୍ନାନ କଲେ ତ୍ୱଚା ଫ୍ରେଶ ରହିଥାଏ। ଯଦି ଘିମିରି ହେଉଥାଏ ତେବେ ପାଣିରେ ନିମ୍ବ ପତ୍ର ପକାଇ ସ୍ନାନ କରନ୍ତୁ।
ଭିଟାମିନ୍ ସି ଥିବା କ୍ରିମ୍ ବ୍ୟବହାର କରନ୍ତୁ। ହାତ ଏବଂ ପାଦକୁ କିଛି ସମୟ ଲୁଣ ପାଣିରେ ଭିଜାଇ ରଖିଲେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ।