ବାଡ଼ିଙ୍ଗଲୁ ଗ୍ରାମରେ ବ୍ୟାପୁଛି ଚର୍ମ ରୋଗ

ତୁମୁଡିବନ୍ଧ,୨୬ା୧୦(ଦୀପକ କୁମାର ପରାସେଠ)ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତର ବାଡିଙ୍ଗଲୁ ଗ୍ରାମରେ କାଚୁ କୁଣ୍ଡିଆ ବ୍ୟାପିବାରେ ଲାଗିଛି। ଏଥିପାଇଁ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି ବୁଧିବାର ଉକ୍ତ ଗ୍ରାମକୁ ଯାଇ ପୀଡ଼ିତ ଲୋକଙ୍କୁ ଭେଟିଛନ୍ତି। ବୁଡିଙ୍ଗଲୁ ଗ୍ରାମରେ ୪୦ପରିବାରର କୁଟିଆ କନ୍ଧ ରହୁଛନ୍ତି। ଦୀର୍ଘଦିନ ହେବ କାଚୁକୁଣ୍ଡିଆରେ ପୀଡ଼ିତ ହୋଇଛନ୍ତି। ତିନି ମାସର ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧା ବୃଦ୍ଧ ମାନେ ମଧ୍ୟ ଉକ୍ତ ରୋଗରେ ପୀଡ଼ିତ ହେଲେଣି। ଫଳରେ ଶିଶୁମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ବିଗିଡ଼ିବାରେ ଲାଗିଛି। ଲଂକାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଔଷଧ ଖାଇଲେ ମଧ୍ୟ ଭଲ ହେଉ ନଥିବା ଜଣାପଡିଛି। ତେବେ ଖବର ପାଇ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା,ସାମାଜିକ କର୍ମୀ ଅଶୋକ କୁମାର ପାତ୍ର ଓ ଧନେଶ୍ୱର ପାତ୍ର, ପୂର୍ବତନ ସରପଞ୍ଚ ହର ପାତ୍ର ବାଡିଙ୍ଗଲୁ ଗ୍ରାମରେ ପହଞ୍ଚି ପୀଡ଼ିତ ଶିଶୁ ମାନଙ୍କୁ ଦେଖିବା ସହିତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପଚାରି ବୁଝିଥିଲେ। ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା ଅଭିନାଶ ନାୟକଙ୍କୁ ପଚାରିବାରୁ ସେହିଗ୍ରାମକୁ ଡାକ୍ତରୀ ଦଳ ପଠାଇ ଚିକିତ୍ସା
ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Share