ତୁମୁଡିବନ୍ଧ,୨୬।୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଧୀନ ଲଙ୍କାଗଡ଼ ପଞ୍ଚାୟତ ବାଡ଼ିଙ୍ଗାଲୁ ଗ୍ରାମରେ ଚର୍ମ ରୋଗ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏନେଇ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ପରେ ତୁମୁଡିବନ୍ଧ ଏବଂ ଲଙ୍କାଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରୀ ଦଳ ଗୁରୁବାର ପୂର୍ବାହ୍ନରେ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।
ଗାଁରେ ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧଙ୍କୁ ଚିକିତ୍ସା କରିବା ସହିତ ଏକ ସପ୍ତାହ ପାଇଁ ଔଷଧ ଖାଇବା ଏବଂ ଲଗାଇବା ପାଇଁ ଦିଆଯାଇଛି। ତେବେ କେଉଁ କାରଣରୁ ଏହି ଚର୍ମ ରୋଗ ଗ୍ରାମରେ ଲୋକଙ୍କୁ ବ୍ୟାପୁଛି ସେନେଇ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା.ଅଭିଷେକ ନାୟକ କହିଛନ୍ତି।