ଟାଟୁ ପାଇଁ ହୋଇପାରେ ସ୍କିନ୍‌ କ୍ୟାନ୍‌ସର

ବର୍ତ୍ତମାନ ଯୁବପିଢ଼ିଙ୍କ ଫ୍ୟାଶନରେ ଟାଟୁ ବେଶ୍‌ ଆଗରେ ରହିଛି। ତେବେ ଏଥିପାଇଁ ବ୍ୟବହୃତ ରଙ୍ଗ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ଓ୍ବାଶିଂଟନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏଥିପାଇଁ ବ୍ୟବହାର କରାଯାଉଥିବା କେତେକ ରଙ୍ଗରେ ଏପରି ରାସାୟନିକ ତତ୍ତ୍ୱ ରହିଛି, ଯାହା ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିପାରେ। ଏପରି କି ଏହାଦ୍ୱାରା ସ୍କିନ୍‌ କ୍ୟାନ୍‌ସର (ଚର୍ମ କର୍କଟ) ହେବାର ଆଶଙ୍କା ରହିଛି ବୋଲି ଗବେଷଣାରୁ ଜଣାପଡିଛି। କେବଳ ସେତିକି ନୁହେଁ, ଏହି ରଙ୍ଗ ହେପାଟାଇଟିସ୍‌ ‘ବି’ର କାରଣ ସାଜିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।