ନୂଆଦିଲ୍ଲୀ,୩ା୯: ଦେଶର ପ୍ରମୁଖ ଚାରିଚକିଆ ଯାନ କମ୍ପାନୀ ‘ସ୍କୋଡା’ ଅଟୋ ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଣ୍ଡ୍ ପରିଚୟ ସୃଷ୍ଟି କରିବା ପାଇଁ ୨୦୩୦ର ରଣନୀତି ସମ୍ପର୍କରେ ଘୋଷଣା କରିଛି। ଏପରିକି ଏହି ସମୟ ମଧ୍ୟରେ କମ୍ପାନୀ ନୂଆ ବିଳାସପୂର୍ଣ୍ଣ କାର୍ଗୁଡ଼ିକୁ ପ୍ରସ୍ତୁତି କରିବାର କାର୍ଯ୍ୟକ୍ରମ ହାତକୁ ନେଇଛି। ସେହିଭଳି କମ୍ପାନୀ ଇ ପ୍ରକାରକୁ ଅଧିକ କ୍ରିୟାଶୀଳ କରିବା ସହ ନୂଆ ଲୋଗୋ ମଧ୍ୟ ଜାରି କରିଛି। କମ୍ପାନୀର ଭିଜନ ସେଭେନ ଏସ୍ ଅଭିଯାନ ମଧ୍ୟ ଆରମ୍ଭ କରିଛି। ଏ ସମ୍ପର୍କରେ କମ୍ପାନୀର ସିଇଓ କ୍ଲାଉସ୍ ଜେଲ୍ମେର କହିଛନ୍ତି, ୨୦୨୬ରେ କମ୍ପାନୀ ବଜାରକୁ ତା’ର ନୂଆ ସଂସ୍କରଣ ଛାଡ଼ିବା ନେଇ ଯୋଜନା କରିଥିବା ବେଳେ ବ୍ୟାଟେରିଚାଳିତ ବୈଦ୍ୟୁତିକ ଯାନକୁ ମଧ୍ୟ ବଜାରରେ ବିସ୍ତାର କରିବାର ଲକ୍ଷ୍ୟ ରଖିଛି। ସେଥପାଇଁ କମ୍ପାନୀ ୪୪ ହଜାର କୋଟି ଟଙ୍କାର ନିବେଶ ଯୋଜନା କରିଛି ବୋଲି ସେ ମତବ୍ୟକ୍ତି କରିଛନ୍ତି। ସେହିପରି ବିକ୍ରିୟ ଓ ବିପଣନ ବୋର୍ଡ ସଦସ୍ୟ ମାର୍ଟନ ଜାନ୍ କହିଛନ୍ତି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଡିଟିଟାଲକରଣରେ କମ୍ପାନୀ ୫୫ ହଜାର କୋଟି ଟଙ୍କାରୁ ଅଧିକ ବିନିଯୋଗ କରିବାର ଯୋଜନାରେ ରହିଛି।