Categories: ବାଣିଜ୍ୟ

ବଜାରରେ ସ୍କୋଡା କୁଶାକର ଏଲିଗାନ୍ସ ଏଡିଶନ

ଭୁବନେଶ୍ୱର,୩୦।୧୧ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ସ୍କୋଡା କୁଶାକର ଏଲିଗାନ୍ସ ଏଡିଶନ’କୁ ନିକଟରେ ସର୍ବଭାରତୀୟସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ଅଗ୍ରଣୀ ମଡେଲ କୁଶାକ ଓ ସ୍ଲାଭିଆର ସଫଳତା ପରେ ବ୍ରାଣ୍ଡ୍‌ ନୂତନ ଏଡିଶନକୁ ଉନ୍ମୋଚନ କରିଛି। ଏପରିକି ସ୍କୋଡା କୁଶାକର ଏଲିଗାନ୍ସ ଏଡିଶନକୁ ସୀମିତ ପରିମାଣରେ ଉତ୍ପାଦନ କରାଯିବ ଏବଂ ବିଶେଷ ଭାବେ ୧.୫ ଟିଏସ୍‌ଆଇ ଇଞ୍ଜିନ ସହିତ ଉପଲବ୍ଧ ହେବ।
ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସୋଲ୍‌କ କହିଥିଲେ, କୁଶାକ ଓ ସ୍ଲାଭିଆର ନୂତନ ସଂସ୍କରଣକୁ ଏକ ସୀମିତ ଉତ୍ପାଦ ମଧ୍ୟରେ ବଜାର ପ୍ରବେଶ କରାଯିବ। ବିଶେଷକରି କୁଶାକ ଓ ସ୍ଲାଭିଆକୁ ଆକର୍ଷଣୀୟ କ୍ଲାସିକ କଳା ରଙ୍ଗରେ ଉପଲବ୍ଧ କରାଇବା ସହିତ ଆଧୁନିକ ବୈଶିଷ୍ଟ୍ୟ ଓ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରାଯିବ। ସେହିଭଳି ଏକ ବିକଶିତ ଗ୍ରାହକ ଧାରା, ଆମର ଗ୍ରାହକ-କୈନ୍ଦ୍ରିକ ଆଭିମୁଖ୍ୟ ଅନୁରୂପ ଆମର ସମସ୍ତ ଉତ୍ପାଦ କାର୍ଯ୍ୟାନୁଷ୍ଠାନ ଆଧାରିତ ହୋଇଥାଏ।

Share