Categories: Uncategorized

ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ସ୍କୋଡା

ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଏପରିକି କମ୍ପାନୀ ତ୍ୱରାନ୍ବିତ ଅଭିବୃଦ୍ଧିର ଏକ ଏଜେଣ୍ଡା ସହ ୨୦୨୩ ପାଇଁ ତା’ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ବିଶେଷକରି କମ୍ପାନୀର କାରବାର ୨୦୨୧ ତୁଳନାରେ ୨୦୨୨ରେ ଭଲ ରହିଥିଲା।

ଏପରିକି କମ୍ପାନୀ ତା’ର ବାର୍ଷିକ ବିକ୍ରିକୁ ଦ୍ୱିଗୁଣିତ କରିସାରିଛି। ସେହିଭଳି କମ୍ପାନୀ ବିବିଧ ଉତ୍ପାଦ କାର୍ଯ୍ୟାନୁଷ୍ଠାନ, ନେଟୱର୍କ ବିସ୍ତାର ଯୋଜନା ଏବଂ ଆନୁମାନିକ ତ୍ୱରାନ୍ବିତ ଅଭିବୃଦ୍ଧି ଆଦିରେ ପରିବର୍ତ୍ତନ ସହ କମ୍ପାନୀ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାର କାର୍ଯ୍ୟକୁ ଆଗକୁ ବଢ଼ାଇଛି। ଏହାର ନେଟୱର୍କକୁ ସମଗ୍ର ଭାରତରେ ବିସ୍ତାର କରିବ ଏବଂ ସମଗ୍ର ଭାରତର ନୂତନ ସହରରେ ପ୍ରବେଶ କରିବ। ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସ୍ଲୋକ କହିଛନ୍ତି, ୨୦୨୨ରେ କମ୍ପାନୀ ୫୩,୭୨୧ ୟୁନିଟ କାର୍‌ ବିକ୍ରି ସହ ଭାରତରେ ପ୍ରଥମ ଥର ପାଇଁ ୫୦,୦୦୦ବିକ୍ରୟ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଅଛୁ।