Categories: ଖେଳ

୧୪୬ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଶକିଲ କଲେ ବଡ଼ କାରନାମା

କଲମ୍ବୋ,୨୬।୭: ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସାଉଦ ଶକିଲ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭ଟି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ଶକିଲ ବର୍ତ୍ତମାନ ପ୍ରଥମ କ୍ରିକେଟର ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ ଏହା କରିପାରି ନ ଥିଲେ।
୨୭ ବର୍ଷୀୟ ଶକିଲ ତାଙ୍କ ଟେଷ୍ଟ କ୍ୟାରିୟରର ସମସ୍ତ ୭ଟି ଟେଷ୍ଟ ମ୍ୟାଚରେ ୫୦ କିମ୍ବା ଅଧିକ ସ୍କୋର କରିଛନ୍ତି। ଏହା ସହିତ ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ହୋଇଛି। ଟେଷ୍ଟ କ୍ରିକେଟ ଇତିହାସରେ ଶକିଲ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। କୌଣସି ବ୍ୟାଟ୍ସମ୍ୟାନ ତାଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ହାସଲ କରିପାରି ନାହାନ୍ତି।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଶ୍ରୀଲଙ୍କା ଦଳ ମାତ୍ର ୧୬୬ ରନ ସଂଗ୍ରହ କରିଥିଲା। ଖବର ଲେଖିବା ପର୍ଯ୍ୟନ୍ତ ପାକିସ୍ତାନ ପ୍ରଥମ ଇନିଂସରେ ୪ ଉଇକେଟ ହରାଇ ୩୪୪ ରନ ସଂଗ୍ରହ କରିଛି। ଏହି ମ୍ୟାଚ୍‌ରେ ଶକିଲ ୫୭ ରନ୍‌ କରିଥିଲେ। ଓପନର୍‌ ଅବଦୁଲ୍ଲା ଶାଫିକ ୧୬୫ ଏବଂ ସରଫରାଜ ଅହମ୍ମଦ ୧୪ରେ ଖେଳୁଛନ୍ତି।

Share