Categories: ଜାତୀୟ

”୭-୮ ଚାପୁଡ଼ା, ଛାତି, ପେଟକୁ ଗୋଇଠା ମାରିଲେ”: FIR’ରେ ଲେଖିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ବିରୋଧରେ ସ୍ୱାତୀ ଗୁରୁତର ଅଭିଯୋଗ ଆଣିଛନ୍ତି।

ଅଭିଯୋଗରେ କେବଳ ବୈଭବକୁ ଅଭିଯୁକ୍ତ କରାଯାଇଛି। ସ୍ୱାତୀ କହିଛନ୍ତି ଯେ ତାଙ୍କୁ ଗୋଇଠା ଲାତ ମରାଯାଇଥିଲା। ପେଟ ଏବଂ ଶରୀର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଚାରି ଦିନ ପୂର୍ବରୁ କରାଯାଇଥିବା PCR କଲ୍ ବିଷୟରେ ସ୍ୱାତୀ ଦିଲ୍ଲୀ ପୋଲିସକୁ ବିସ୍ତୃତ ସୂଚନା ଦେଇଛନ୍ତି।

ଦିଲ୍ଲୀ ପୋଲିସ ଗୁରୁବାର ମାରପିଟ, ଦୁର୍ବ୍ୟବହାର ଏବଂ ଧମକାଇବା ଭଳି ଧାରା ଲଗାଇ ମାମଲା ରୁଜୁ କରିଛି। ଏହାପରେ ବିଳମ୍ବିତ ରାତିରେ ସ୍ୱାତୀଙ୍କୁ ବିଳମ୍ବିତ ରାତିରେ ମେଡିକାଲ ପରୀକ୍ଷା କରାଯାଇଛି। ଏବେ ତାଙ୍କୁ ଖୁବ ଶୀଘ୍ର ମାଜିଷ୍ଟ୍ରେଟଙ୍କ ଆଗରେ ଉପସ୍ଥିତ କରାଯିବ। ଏହାରି ମଧ୍ୟରେ ପୋଲିସ ବୈଭବ କୁମାରଙ୍କୁ ଖୋଜିବା ଆରମ୍ଭ କରିଦେଇଛି। ତାଙ୍କୁ ମଧ୍ୟ ପଚରାଉଚରା କରାଯିବ। ବୈଭବନକୁ ରାଷ୍ଟ୍ରୀୟ ମହିଳା ଆୟୋଗ ମଧ୍ୟ ଶୁକ୍ରବାର ନୋଟିସ କରିଛି।

Share