Categories: ଜାତୀୟ

କଂଗ୍ରେସ ଉପରେ ଚଡ଼କ: ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲା ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଯୋଡିଲା ଇଡି…

ଲକ୍ଷ୍ନୌ,୨୮।୧୨ : ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି। ଇଡି ଚାର୍ଜସିଟରେ ରୋବର୍ଟ ଭଦ୍ରାଙ୍କ ସହ ପ୍ରିୟଙ୍କା ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ତେବେ ତାଙ୍କୁ ଅଭିଯୁକ୍ତ କରାଯାଇ ନାହିଁ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରଥମ ଥର ପାଇଁ ଇଡି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ସିସି ଥାମ୍ପି ଏବଂ ସୁମିତ ଚାଧାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଉଲ୍ଲେଖ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ରବର୍ଟ ଭଦ୍ରା ଏବଂ ଥାମ୍ପୀଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଫରିଦାବାଦରେ ଜମି କିଣିଛନ୍ତି। ସଞ୍ଜୟ ଭଣ୍ଡାରୀ ନିକଟସ୍ଥ ଥାମ୍ପି ଏବଂ ଭଦ୍ରା ମଧ୍ୟରେ ଆର୍ଥିକ ସଂଯୋଗର ଯାଞ୍ଚ ବେଳେ ଏହା ପ୍ରକାଶ ପାଇଛି। ତେବେ ଇଡିର ଏହି ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀ ଏବଂ ରୋବର୍ଟ ଭଦ୍ରାଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇ ନାହିଁ।

୨୦୦୫-୨୦୦୬ ମଧ୍ୟରେ, ରବର୍ଟ ଭଦ୍ରା ଫରିଦାବାଦର ଆମିପୁର ଗ୍ରାମରେ ପ୍ରାୟ ୪୦.୮ଏକର ଜମି କ୍ରୟ କରିଥିଲେ, ଯାହା ସମ୍ପତ୍ତି ଡିଲର ଏଚ.ଏଲ ପହୱା (ଥାମ୍ପି ନିକଟବର୍ତ୍ତୀ) ମାଧ୍ୟମରେ ଡିସେମ୍ବର ୨୦୧୦ ରେ ପହୱାକୁ ବିକ୍ରି ହୋଇଥିଲା। ସେହିଭଳି ଏପ୍ରିଲ ୨୦୦୬ ରେ ସେହି ଆମିପୁର ଗାଁରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମରେ ଏକ ଘର କିଣାଯାଇଥିଲା, ଯାହା ଫେବୃଆରୀ ୨୦୧୦ରେ ପହୱାଙ୍କୁ ବିକ୍ରି ହୋଇଥିଲା। ସୂଚନାନୁସାରେ, ପହୱା ଥାମ୍ପିଙ୍କ ଅତି ନିକଟତମ, ସେହି ଆମିପୁର ଗାଁରେ ଥମ୍ପୀଙ୍କ ଜମି କିଣିଥିବା ପହୱା ହିଁ ଥିଲେ।

Share