Posted inଖେଳ

ବି’ ଦଳ ନୁହେଁ ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ

ମୁମ୍ବାଇ,୩।୭: ଚଳିତ ମାସରେ ଖେଳାଯିବାକୁ ଥିବା ଟି୨୦ ଓ ଦିନିକିଆ ସିରିଜ୍‌ ଲାଗି ଭାରତ ତା’ର ବି’ ଟିମ୍‌କୁ ପଠାଇ ଶ୍ରୀଲଙ୍କା କ୍ରିକେଟର ଅପମାନ କରିଛି। ଏଭଳି ମନ୍ତବ୍ୟ ଦେଇଥିଲେ ୧୯୯୬ ବିଶ୍ୱକପ୍‌ ବିଜେତା ଶ୍ରୀଲଙ୍କା ଦଳର ଅଧିନାୟକ ଅର୍ଜୁନ ରାଣାତୁଙ୍ଗା। ତାଙ୍କର ଉପରୋକ୍ତ ମନ୍ତବ୍ୟରେ ଏକମତ ନ ଥିବା ଶନିବାର ସ୍ପଷ୍ଟ କରିଛି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲସି)।

ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏକ ଶକ୍ତିଶାଳୀ ଦଳ। ଦଳରେ ସ୍ଥାନ ପାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ ୧୪ ଜଣ ଭାରତ ପାଇଁ ବିଭିନ୍ନ ଫର୍ମାଟରେ ଖେଳି ସାରିଛନ୍ତି। ଏଣୁ ଏହାକୁ ଦ୍ୱିତୀୟ ସ୍ତରର ଦଳ କହିବା ଉଚିତ୍‌ ନୁହେଁ। ଉଲ୍ଲେଖ କରିବା ଜରୁରୀ ଯେ, ଭାରତୀୟ ଟେଷ୍ଟ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଇଂଲଣ୍ଡ ଗସ୍ତରେ ଥିବାବେଳେ ଏହି ସିରିଜ୍‌ ଆୟୋଜିତ ହେବାକୁ ଯାଉଛି। ମୁଖ୍ୟତଃ ଆଇସିସିର ସମ୍ପୂର୍ଣ୍ଣ ସଦସ୍ୟ ଦେଶମାନଙ୍କ ପାଇଁ ଏହା ନୂଆ ଆଦର୍ଶ। ପ୍ରତ୍ୟେକ ଫର୍ମାଟ ଲାଗି ସ୍ପେଶାଲିଷ୍ଟ ଖେଳାଳି ରଖାଯାଉଛି। ଏହାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ପ୍ରତ୍ୟେକ ଫର୍ମାଟରେ ପ୍ରତିଯୋଗିତାମୂଳକ ପ୍ରଦର୍ଶନ କରିବା। ଏହାବାଦ୍‌ ଅନ୍ୟ ଦେଶ ସହ ଅନ୍ତର୍ଜାତୀୟ ଚୁକ୍ତି ରକ୍ଷା କରିବା ନିମନ୍ତେ ଭିନ୍ନ ଦଳ ବ୍ୟବସ୍ଥା କରାଯାଉଛି ବୋଲି ଏସ୍‌ଏଲ୍‌ସି ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି।

”ଇଂଲଣ୍ଡକୁ ଭାରତ ତା’ର ଶକ୍ତିଶାଳୀ ଦଳ ପଠାଇଥିବାବେଳେ ଏଠାକୁ ବି’ ଦଳ ପଠାଇଛି। ସେମାନେ ଆମ କ୍ରିକେଟକୁ ଅପମାନିତ କରିବା ପାଇଁ ଆସିଛନ୍ତି। ପ୍ରସାରଣ ମାର୍କେଟିଂ ଆବଶ୍ୟକତା ମେଣ୍ଟାଇବା ପାଇଁ ସେମାନଙ୍କ ସହ ଖେଳିବାକୁ ରାଜି ହୋଇଥିବାରୁ ମୁଁ ଆମ ବୋର୍ଡକୁ ଦୋଷ ଦେଉଛି“ ବୋଲି ନିକଟରେ କହିଥିଲେ ପୂର୍ବତନ ଅଧିନାୟକ ରାଣାତୁଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘୋଷଣା ହେଲା ଆଇପିଏଲ ୨୦୨୫ ନିଲାମୀ ତାଲିକା

ମୁମ୍ବାଇ,୧୫ା୧୧: ବହୁ ପ୍ରତୀକ୍ଷିତ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳାଳିଙ୍କ ନିଲାମ ତାଲିକା ପ୍ରକାଶ ପାଇଛି। ଆଗାମୀ ସିଜିନ୍ ପାଇଁ ସମୁଦାୟ ୫୭୪ ଖେଳାଳିଙ୍କ...

ପିଓକେ ଯିବ ନାହିଁ ଚାମ୍ପିୟନ୍ସ ଟ୍ରଫି, ଭାରତର ପ୍ରତିବାଦ ପରେ ଆଇସିସିର ନିଷ୍ପତ୍ତି

ନୂଆଦିଲ୍ଲୀ,୧୫ା୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ...

ବୁମ୍‌ରାଙ୍କୁ ଏମିତି ବାଉନ୍ସର ମାରିଲେ ରିଷଭ ପନ୍ତ: ପରିଣାମ ହେଲା ଏମିତି….

ସିଡନୀ,୧୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ରୁ ଆରମ୍ଭ ହେଉଛି। ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯିବ ଏବଂ ଟିମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍‌

ଜୋହାନ୍ସବର୍ଗ, ୧୫ା୧୧ (ପି.ଟି.): ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଏଠାରେ ଶୁକ୍ରବାର ହେବ। ସିରିଜରେ ଭାରତ ୨-୧ରେ...

ଗୋଟିଏ ଭୁଲ୍‌ ପାକିସ୍ତାନକୁ ପଡ଼ିବ ଭାରି: ଭାରତକୁ ମିଳିପାରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୧: ଚାମ୍ପିଅନ୍ସ ଟ୍ରଫି ମାମଲା ଏବେ ଏକ ଭିନ୍ନ ମୋଡ଼ ନେଇଛି। ଏହି ଆଇସିସି ଟୁର୍ନାମେଣ୍ଟ ବର୍ତ୍ତମାନ ପାକିସ୍ତାନରେ ନୁହେଁ, ବରଂ ଭାରତରେ ଆୟୋଜିତ ହୋଇପାରିବ।...

ରବି ଶାସ୍ତ୍ରୀଙ୍କ ଚେତାବନୀ, କହିଲେ ‘ନିଜ ସାମ୍ରାଜ୍ୟକୁ ଫେରିଛନ୍ତି ରାଜା’

ନୂଆଦିଲ୍ଲୀ,୧୪।୧୧: ପୂର୍ବତନ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିରାଟ କୋହଲିଙ୍କ ସମାଲୋଚକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ରବି ଶାସ୍ତ୍ରୀ ବିରାଟ କୋହଲିଙ୍କୁ ସମର୍ଥନ...

ଟିମ ଇଣ୍ଡିଆକୁ ଫେରିବେ ସଚିନ ତେନ୍ଦୁଲକର! ବିସିସିଆଇକୁ ବଡ଼ ପ୍ରସ୍ତାବ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୪।୧୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ...

ଏବେ ଏହି ଦେଶ ପାଇଁ କାମ କରିବେ ସାନିଆ ମିର୍ଜା

ନୂଆଦିଲ୍ଲୀ,୧୪।୧୧: ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ଖେଳରୁ ଅବସର ନେଇଛନ୍ତି। କିନ୍ତୁ ତଥାପି ସେ ସକ୍ରିୟ ଅଛନ୍ତି। ନିକଟରେ ସାନିଆଙ୍କୁ ଦୁବାଇରେ ଏକ ଗୁରୁତ୍ୱପୂର୍ଣ୍ଣ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri